ରାଜ୍ୟରେ ୨୪ ଘଂଟାରେ ୩୬୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୬୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨୧୦ ଓ ସ୍ଥାନୀୟ ଅଂଚଳରୁ ୧୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୬୪, ଖୋର୍ଦ୍ଧା ଜିଲ୍ଲାରୁ ୪୨, ମୟୂରଭଞ୍ଜ ଜିଲ୍ଲାରୁ ୨୬, ଅନୁଗୁଳରୁ ୨୫, କଟକରୁ ୨୧, ବଲାଙ୍ଗିରରୁ ୨୨, ବରଗଡରୁ ୧୬, ସମ୍ବଲପୁରରୁ ୧୫, କେନ୍ଦୁଝରରୁ ୧୩, ପୁରୀରୁ ୧୧, ନୂୂଆପଡାରୁ ୧୧ ଓ ଗଞ୍ଜାମ ଜିଲ୍ଲାରୁ ୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୭ ହଜାର ୨୭୯କୁ ବୃଦ୍ଧି ପାଇଥିବା ବେଳେ ୩ ଲକ୍ଷ ୨୨ ହଜାର ୩୪୪ ସୁସ୍ଥ ହୋଇସାରିଛନ୍ତି । ୩ ହଜାର ୩୬ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.