ପୁଣି ବିବାଦରେ ରିପବ୍ଲିକ ଟିଭି, ଘୃଣା ଉଦ୍ରେକକାରୀ କାର୍ଯ୍ୟକ୍ରମ ପାଇଁ ବ୍ରିଟେନ ସଂସ୍ଥା ଲଗାଇଲା ୧୯ ଲକ୍ଷ ଜରିମାନା

ନୂଆଦିଲ୍ଲୀ – ଅର୍ଣ୍ଣବ ଗୋସ୍ୱାମୀଙ୍କ ରପବ୍ଲିକ ଟିଭି ପୁଣି ବିବାଦରେ ରହିଛି । ଏଥର ଏହି ଚ୍ୟାନେଲ ଉପରେ ବ୍ରିଟେନର ପ୍ରସାରଣ ନିୟାମକ ଜରିମାନା ଲଗାଇଛନ୍ତି । ଘୃଣା ଉଦ୍ରେକକାରୀ କାର୍ଯ୍ୟକ୍ରମ ପାଇଁ ଚ୍ୟାନେଲ ଉପରେ ବ୍ରିଟେନର ପ୍ରସାରଣ ନିୟାମକ ‘ଅଫିସ୍ ଅଫ୍ କମ୍ୟୁନିକେସନ୍ସ (ଅଫ୍‌କମ)’ ୨୦,୦୦୦ ପାଉଣ୍ଡ ତଥା ୧୯ ଲକ୍ଷ ଜରିମାନା ଲଗାଇଛି ।

‘ଅଫ୍‌କମ୍‌’ ଅନୁସାରେ, ରିପବ୍ଲିକ ମିଡିଆର ହିନ୍ଦୀ ଚ୍ୟାନେଲ ‘ରିପବ୍ଲିକ ଭାରତ’ରେ ପ୍ରସାରିତ ଏକ କାର୍ଯ୍ୟକ୍ରମରେ ପାକିସ୍ତାନୀ ନାଗରିକଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବ୍ୟବହାର କରାଯାଇଥିବା ଭାଷା ମଧ୍ୟ ଠିକ୍ ନଥିଲା । ଏହା ଦ୍ୱାରା ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନ ସୃଷ୍ଟି କରିବାକୁ ଉଦ୍ୟମ କରାଯାଇଥିଲା । ଏହା ବିଭିନ୍ନ ପ୍ରସାରଣ ସଂହିତାର ଉଲ୍ଳଂଘନ ବୋଲି ଦର୍ଶାଇଛି ଅଫ୍‌କମ୍ । ଏଭଳି ଘୃଣା ଉଦ୍ରେକକାରୀ କାର୍ଯ୍ୟକ୍ରମ ଭବିଷ୍ୟତରେ ପ୍ରସାରିତ ନ କରିବାକୁ ‘ଅଫ୍‌କମ’ ତରଫରୁ ଚ୍ୟାନେଲକୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.