ରାଜ୍ୟରେ ୨୬୦ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର- ରାଜ୍ୟରେ ଆଉ ୨୬୦ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୫୧ ଓ ସ୍ଥାନୀୟ ଅଂଚଳରୁ ୧୦୯ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୧ ହଜାର ୮୬୨କୁ ବୃଦ୍ଧି ପାଇଛି । ଏଥିରୁ ୩ ଲ୭ ୨୭ ହଜାର ୮୦୩ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨ ହଜାର ୧୧୫ ଚିକିତ୍ସିତ ହେଉଛନ୍ତି । ଗତ ୨୪ ଘଂଟା ମଧ୍ୟରେ ସୁନ୍ଦରଗଡରୁ ୩୧, କଟକରୁ ୨୪, ଅନୁଗୁଳରୁ ୨୧, ବରଗଡରୁ ୧୯, ସମ୍ବଲପୁରରୁ ୧୯, ଗଜପତିରୁ ୧୮, ଝାରସୁଗୁଡାରୁ ୧୫, ଖୋର୍ଦ୍ଧାରୁ ୧୧, ମୟୂରଭଂଜରୁ ୧୧, କେନ୍ଦୁଝରରୁ ୧୦, ପୁରୀରୁ ୯, ଯାଜପୁରରୁ ୯, ଗଂଜାମରୁ ୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.