ଅଘଟଣରୁ ବର୍ତ୍ତିଲେ ବିଏସଏଫ ଯବାନ, ମାଲକାନଗିରି ଜିଲ୍ଲା ହାଣ୍ଡିଖାଲ ଜଙ୍ଗଲରୁ ଲ୍ୟାଣ୍ଡ ମାଇନ ଜବତ

ମାଲକାନଗିରି- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପଣସପୁଟ ପଂଚାୟତର ହାଣ୍ଡିଖାଲ ଜଙ୍ଗଲରୁ ଲ୍ୟାଣ୍ଡ ମାଇନ ଜବତ ହୋଇଛି । ବିଏସଏଫ ଯବାନମାନେ ସର୍ଚ୍ଚ ଅପରେସନ ଚଳାଇଥିବା ବେଳେ ୫କେଜି ଲ୍ୟାଣ୍ଡ୍ ମାଇନ ଠାବ କରିଥିଲେ । ଯବାନମାନଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ଖଞ୍ଜା ଯାଇଥିଲା ବୋଲି ଅନୁମାନ କରଯାଉଛି । ଘଟଣାର ତଦନ୍ତ ଚାଲିଛି । ସଂପୃକ୍ତ ଅଂଚଳରେ କମ୍ବିଂ ଅପରେସନ ଆହୁରି ଜୋରଦାର କରାଯାଇଛି ।

Comments are closed.