ରାଜ୍ୟରେ ୩୯୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ଆଉ ୩୯୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨୨୮ ଓ ସ୍ଥାନୀୟ ଅଂଚଳରୁ ୧୬୫ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୩ ହଜାର ୭୫୭କୁ ବୃଦ୍ଧି ପାଇଥିବା ବେଳେ ଏ ଯାଏଁ ୩ ଲକ୍ଷ ୧୮ ହଜାର ୬୮୩ ଜଣ ସୁସ୍ଥ ହୋଇସାରିଲେଣି । ୩ ହଜାର ୨୧୪ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଂଟାରେ ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୪୭, ସୁନ୍ଦରଗଡରୁ ୪୪, ଖୋର୍ଦ୍ଧା ଜିଲ୍ଲାରୁ ୩୯, ସମ୍ବଲପୁରରୁ ୨୭, ବରଗଡରୁ ୨୬, ମୟୂରଭଞ୍ଜରୁ ୨୬, କଟକରୁ ୨୪, ଝାରସୁଗୁଡାରୁ ୧୮, ଗଞ୍ଜାମରୁ ୧୪, ପୁରୀରୁ ୧୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୫ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ।

Comments are closed.