ରାଜ୍ୟରେ ୬ ହଜାର ୭୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୯୨, ୨୪ ଘଂଟାରେ ୧୦ ମୃତ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୬ ହଜାର ୭୩ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୩ ହଜାର ୫୨୨ ଓ ସ୍ଥାନୀୟ ଅଂଚଳରୁ ୨ ହଜାର ୫୫୨ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୯୨, ବଲାଙ୍ଗିରରୁ ୪୫୭, ନୂଆପଡାରୁ ୪୦୦, ସୁନ୍ଦରଗଡରୁ ୩୭୧, ଝାରସୁଗୁଡାରୁ ୩୫୯, ବରଗଡରୁ ୨୮୬, କଳାହାଣ୍ଡିରୁ ୨୭୭, କେନ୍ଦୁଝରରୁ ୨୬୬, ଅନୁଗୁଳରୁ ୨୩୯, ପୁରୀରୁ ୨୨୬, ଗଞ୍ଜାମରୁ ୨୦୯, ନବରଙ୍ଗପୁରରୁ ୨୦୬,କଟକରୁ ୧୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲା ମଧ୍ୟରେ ସମ୍ବଲପୁରରୁ ୧୫୮, ମୟୂରଭଞ୍ଜରୁ ୧୪୯, ନୟାଗଡରୁ ୧୧୦, ଯାଜପୁରରୁ ୧୦୭, ଗଜପତିରୁ ୭୯, ବାଲେଶ୍ୱରରୁ ୭୮, ରାୟଗଡାରୁ କୋରାପୁଟରୁ ୭୬, ସୋନପୁରରୁ ୭୪, ଭଦ୍ରକରୁ ୬୫ ଓ ବୌଦ୍ଧରୁ ୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏଣେ ରାଜ୍ୟରେ ଗତ ୨୪ ଘଂଟାରେ ୧୦ ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି । ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୭ରେ ପହଂଚିଛି । ଖୋର୍ଦ୍ଧା ଜିଲ୍ଲାରୁ ୪, ସୁନ୍ଦରଗଡ ଜିଲ୍ଲାରୁ ୩, ରାୟଗଡାରୁ ୨ ଓ ବୌଦ୍ଧରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.