ସରକାରୀ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ୍ ପିଲାଙ୍କ ନାମଲେଖା ଆରମ୍ଭ

ଭୁବନେଶ୍ୱର- ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଆଜିଠାରୁ ସବୁ ସରକାରୀ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ ପିଲାଙ୍କ ନାମଲେଖା ଆରମ୍ଭ ହୋଇଛି । ଆସନ୍ତାମାସ ୩୧ ସୁଦ୍ଧା ସରିବ ନାମଲେଖା ପ୍ରକ୍ରିୟା । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସକାଳ ୭ରୁ ସାଢେ ୯ ପର୍ଯ୍ୟନ୍ତ ଚାଲିବ ନାମଲେଖା । ଏକାସଙ୍ଗେ ନାମଲେଖା କକ୍ଷକୁ ୫ରୁ ଅଧିକ ଅଭିଭାବକଙ୍କୁ ପ୍ରବେଶ ଅନୁମତି ଦିଆଯିବ ନାହିଁ । କୋଭିଡ ନିୟମ ପାଳନ କରାଯାଇ ନାମଲେଖା ପ୍ରକ୍ରିୟା ଚାଲିବ ।

Comments are closed.