ରାଜ୍ୟର ୭ଟି ସହରର ତାପମାତ୍ରା ୩୮ ଡିଗ୍ରୀ ଉପରେ , ବୌଦ୍ଧ ରାଜ୍ୟର ତତଲା ସହର

ଭୁବନେଶ୍ୱର- ରାଜ୍ୟର ୭ଟି ସହରର ତାପମାତ୍ରା ୩୮ ଡିଗ୍ରୀ ଉପରେ ରହିଛି । ୩୯ ଡିଗ୍ରୀ ସହ ବୌଦ୍ଧ ଆଜି ରାଜ୍ୟର ଉତ୍ତପ୍ତ ସହର ହୋଇଛି । ସୁନ୍ଦରଗଡରେ ୩୮. ୫ , ଟିଟିଲାଗଡରେ ୩୮ ଦଶମିକ ୪, ଅନୁଗୁଳ ଓ ତାଳଚେରରେ ୩୮ .୧ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଭବାନୀପାଟଣା ଓ ସୋନପୁରରେ ୩୮ ଡିଗ୍ରୀ, ଭୁବନେଶ୍ୱରରେ ୩୫ ଦଶମିକ ୮ ଓ କଟକରେ ୩୫ ଦଶମିକ ୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

Comments are closed.