ରାଜ୍ୟ ସରକାରଙ୍କ ‘ମାଣ୍ଡିଆ ମିଶନ’କୁ ନୀତି ଆୟୋଗ ଅଧ୍ୟକ୍ଷଙ୍କ ପ୍ରଶଂସା

ଭୁବନେଶ୍ୱର- ଓଡିଶାରେ ମାଣ୍ଡିଆ ଚାଷର ପ୍ରୋତ୍ସାହନ ଓ ଏଥିରୁ ପ୍ରସ୍ତୁୁତ ଖାଦ୍ୟର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ନୀତି ଆୟୋଗ ପ୍ରଶଂସା କରିଛି । ଏ ଦିଗରେ ରାଜ୍ୟ ସରକାରଙ୍କ ମାଣ୍ଡିଆ ମିଶନର ସଫଳତାକୁ ପ୍ରଶଂସା କରିଛନ୍ତିି ନୀତି ଆୟୋଗ ଅଧ୍ୟକ୍ଷ ଅମିତାଭ କାନ୍ତ । ମାଣ୍ଡିଆ ଏକ ସ୍ୱାସ୍ଥ୍ୟକର ଖାଦ୍ୟ । ଏଥିରେ ଅନେକ ଭିଟାମିନ ରହିଛି । କର୍ଡ ରାଇସ, ଖେଚୁଡି, ପକୋଡା ଆଦିରେ ବ୍ୟବହାର କରାଯାଉଛି ବୋଲି ଅମିତାଭ କାନ୍ତ ଟ୍ୱିଟ୍ କରିଛନ୍ତି । ରାଜ୍ୟର ମାଣ୍ଡିଆ ମିଶନର ସଫଳତାକୁ ସ୍ୱୀକୃତି ସ୍ୱରୂପ ନୀତି ଆୟୋଗ ଅଧ୍ୟକ୍ଷଙ୍କ ଟ୍ୱିଟ୍ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି । କୃଷକଙ୍କ ଆୟ ବୃଦ୍ଧି ଓ ଏକ ପୁଷ୍ଟିକର ଖାଦ୍ୟ ହୋଇଥିବାରୁ ଏହାର ଚାଷକୁ ପ୍ରୋତ୍ସାହନ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।

Comments are closed.