ଲକଡାଉନ ବେଳେ କଳାବଜାରୀ ଓ ବେଆଇନ ମହଜୁଦକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର- ରାଜ୍ୟରେ କୋରୋନା ମୁକାବିଲା ପାଇଁ ଆଜିଠାରୁ ୧୪ ଦିନିଆ ଲକଡାଉନ ଆରମ୍ଭ ହେବା ମାତ୍ରକେ ଆଳୁପିଆଜ ଭଳି ଅତ୍ୟାବଶ୍ୟକ ଜିନିଷର ଦର ବଢିଥିବା ଅଭିଯୋଗ ହୋଇଛି । ମହଜୁଦକାରୀ ଓ କଳାବଜାରୀମାନେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢାଇ ଦେଇଥିବା ଅଭିଯୋଗ ହେଉଥିବା ବେଳେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାର ଚେତାଇ ଦେଇଛନ୍ତି ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସବୁ ଜିଲ୍ଲାର ଯୋଗାଣ ଅଧିକାରୀଙ୍କୁ କଳାବଜାରୀ ଓ ମହଜୁଦକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କ୍ଷେତ୍ରୀୟ ଅଧିକାରୀଙ୍କ ସହ ନିଜେ ସିଏସଓ ଜିଲ୍ଲାରେ ବୁଲି ଲକଡାଉନ ବେଳେ କଳାବଜାରୀ ଉପରେ କଡା ନଜର ରଖିବେ ।

Comments are closed.