ଲଭ୍ ଜିହାଦ ଆଇନର ବୈଧତା ନେଇ ଶୁଣାଣି କରିବେ ସୁପ୍ରିମକୋର୍ଟ, ଦୁଇ ରାଜ୍ୟକୁ ନୋଟିସ୍

ନୂଆଦିଲ୍ଲୀ – ବିବାହ ଆଳରେ ଧର୍ମ ପରିବର୍ତ୍ତନକୁ ରୋକିବା ପାଇଁ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ଅଣାଯାଇଥିବା ବିବାଦୀୟ ‘ଲଭ୍ ଜିହାଦ୍‌’ ଆଇନ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି । ହେଲେ ଏହି ଆଇନର ସାମ୍ବିଧାନିକ ବୈଧତା ଉପରେ ଶୁଣାଣି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ରାଜି ହୋଇଛନ୍ତି । ଲଭ ଜିହାଦ୍ ଆଇନକୁ ଚ୍ୟାଲେଞ୍ଜ୍ କରି ଦୁଇ ପୃଥକ ପିଟିସନ ଉପରେ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡକୁ ନୋଟିସ୍ ଜାରି ଚାରି ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଉତ୍ତର ପ୍ରଦେଶର ବେଆଇନ ଧର୍ମ ପରିବର୍ତ୍ତନ ନିରୋଧ ଅଧ୍ୟାଦେଶ, ୨୦୨୦ ଓ ଉତ୍ତରାଖଣ୍ଡର ଧାର୍ମିକ ସ୍ୱାଧୀନତା ଆଇନ,୨୦୨୦ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ୍ କରି ସୁପ୍ରିମକୋର୍ଟରେ ଦୁଇ ପୃଥକ ପିଟିସନ୍ ଦାୟର ହୋଇଥିଲା । ଏହି ଆଇନ ଜଣେ ବ୍ୟକ୍ତିର ସମ୍ମାନର ସହ ଜୀବନଯାପନ ଓ ଧାର୍ମିକ ସ୍ୱାଧୀନତା ଅଧିକାରକୁ ଉଲ୍ଲଂଘନ କରୁଛି ବୋଲି ପିଟିସନରେ ଯୁକ୍ତି କରାଯାଇଛି । ଉତ୍ତର ପ୍ରଦେଶର ଲଭ ଜିହଦ ଆଇନରେ ବଳପୂର୍ବକ ଧର୍ମାନ୍ତରୀକରଣ ପାଇଁ ୧୦ ବର୍ଷର ଜେଲଦଣ୍ଡ ବ୍ୟବସ୍ଥା ରହିଛି । ଯଦି କେବଳ ଧର୍ମାନ୍ତରୀକରଣ ପାଇଁ ଜଣେ ମହିଳା ସହ ବିବାହ କରାଯାଇଥାଏ, ତେବେ ଉକ୍ତ ବିବାହକୁ ନିଷିଦ୍ଧ ଘୋଷଣା କରାଯିବ । ଉତ୍ତରାଖଣ୍ଡର ଲଭ ଜିହାଦ ଆଇନରେ ବି ସମାନ ଦଣ୍ଡବିଧାନ ରହିଛି । ୟୁପି ଓ ଉତ୍ତରାଖଣ୍ଡ ପରେ ଆଉ ଏକ ବିଜେପି ଶାସିତ ରାଜ୍ୟ ମଧ୍ୟ ପ୍ରଦେଶରେ ବି ଅନୁରୂପ ଆଇନକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରି ଦେଇଛି ।

Comments are closed.