ଲଶ୍କର-ଇ-ତଇବାକୁ ଆତଙ୍କୀ ସଂଗଠନ ତାଲିକାରେ ବଜାୟ ରଖିଲା ଆମେରିକା

ୱାଶିଂଟନ – ଆର୍ଥିକ ଆକ୍ସନ୍ ଟାସ୍କ ଫୋର୍ସ (ଏଫ୍ଏଟିଏଫ୍)ର ଧୂସର ତାଲିକାରୁ ବାହାରିବା ପାଇଁ ସଂଘର୍ଷ କରୁଥିବା ପାକିସ୍ତାନକୁ ଆମେରିକା ଏକ ବଡ଼ ଝଟକା ଦେଇଛି। ବିଦେଶୀ ଆତଙ୍କବାଦୀ ସଂଗଠନ ତାଲିକାରେ ୱାଶିଂଟନ୍ ଲଶ୍କର-ଇ-ତଇବାକୁ ବଜାୟ ରଖିଛି। ଏହା ବ୍ୟତୀତ ପାକିସ୍ତାନ ସ୍ଥିତ ଲଶ୍କର-ଇ-ଝାଙ୍ଗୱିସ୍ ସମେତ ଆଉ ୭ ଆତଙ୍କୀ ସଂଗଠନକୁ ବି ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଆଖ୍ୟା ଦିଆଯାଇଛି। ଆସନ୍ତା ମାସରେ ଏଫ୍ଏଟିଏଫ୍ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ଆମେରିକାର ବୈଦେଶିକ ବିଭାଗର ଏହି ଆଦେଶ ଆସିଛି। ପାକିସ୍ତାନ ବର୍ତ୍ତମାନ ଏଫ୍ଏଟିଏଫ୍ ର ଧୂସର ତାଲିକାରେ ଅଛି । ପାକିସ୍ତାନ ଯଦି ଆତଙ୍କବାଦ ପାଣ୍ଠି (ଆତଙ୍କବାଦର ଆର୍ଥିକ ସହାୟତା) ଏବଂ ମନି ଲଣ୍ଡରିଂ ଉପରେ ୨୭-ସୂତ୍ରୀ ଆକ୍ସନ ପ୍ଲାନ ପୂରଣ ନକରେ ତେବେ କଳା ତାଲିକାଭୁକ୍ତ ହୋଇପାରେ।

Comments are closed.