ଶ୍ମଶାନ ଛାତ ଭୁଶୁଡିବା ଘଟଣା: ଅଭିଯୁକ୍ତ ବିରୋଧରେ ଏନ୍‌ଏସ୍‌ଏ ଲାଗିବ

ଲକ୍ଷ୍ନୌ – ଉତ୍ତର ପ୍ରଦେଶ ମୁରାଦନଗର ଶ୍ମଶାନ ଛାତ ଭୁଶୁଡିବା ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏହି ଘଟଣାର ଅଭିଯୁକ୍ତଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଇନ (ଏନ୍‌ଏସଏ) ଅନୁସାରେ ମାମଲା ରୁଜୁ କରିବାକୁ ଯୋଗୀ ପୋଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ରବିବାର ଏକ ହୃଦୟ ବିଦାରକ ଘଟଣାକ୍ରମେ ମୁରାଦନଗର ଶ୍ମଶାନଗୃହ ଛାତ ଭୁଶୁଡି ପଡିବାରୁ ୨୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ୧୭ ଜଣ ଗୁରୁତର ଆହତ ହୋଇଥିଲେ । ଏହି ଘଟଣାର ଅଭିଯୁକ୍ତଙ୍କ ବିରୋଧରେ ଏନ୍‌ଏସ୍‌ଏ ଲଗାଇବା ସହ ଛାତ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥ ମଧ୍ୟ ତା’ ଠାରୁ ଆଦାୟ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି ।

ଯୋଗୀ ମୃତକଙ୍କ ପରିବାର ଲୋକଙ୍କ ପାଇଁ ୧୦ କୋଟି ଅନୁକମ୍ପା ମୂଳକ ରାଶି ଘୋଷଣା କରିଛନ୍ତି । ଶ୍ମଶାନ ଛାତ ଭୁଶୁଡିବା ଘଟଣାର ଅଭିଯୁକ୍ତ ଠିକାଦାରକୁ ୟୁପି ପୋଲିସ୍ ମୀରଟ୍ ଓ ମୁଜାଫରନଗର ସୀମାବର୍ତ୍ତି ଏକ ଗାଁରୁ ଗିରଫ କରିଛି ।

Comments are closed.