ସଂସଦର ବଜେଟ ଅଧିବେଶନ : ଏମଏସପି, ସ୍ୱତନ୍ତ୍ର ରାଜ୍ୟପାହ୍ୟା ଓ ଜିଏସଟି ଭଳି ପ୍ରସଙ୍ଗ ଉଠାଇବ ବିଜେଡି

ଭୁବନେଶ୍ୱର- ସଂସଦର ଆସନ୍ତା ବଜେଟ ଅଧିବେଶନରେ ଏମଏସପି, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ଜିଏସଟି ପ୍ରସଙ୍ଗ ଉଠାଇବ ବିଜେଡି । ଆଜି ବସିଥିବା ବିଜେଡି ସଂସଦୀୟ ଦଳର ବୈଠକରେ ଏହି ସବୁ ନିଷ୍ପତ୍ତି ନିଆଯାଇଛି ।

ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଉପରୋକ୍ତ ପ୍ରସଙ୍ଗ ସହ ଦଳ ବିଧାନ ପରିଷଦ ଗଠନ, ମହାନଦୀ ବିବାବ, କୋଇଲା ରୟାଲଟି, ମହିଳା ସଂରକ୍ଷଣ ପ୍ରସଙ୍ଗ ମଧ୍ୟ ଉଠାଇବ ବୋଲି ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି ହୋଇଛି ।

ଏହାସହ କୋଶଳୀ ଓ ହୋ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ ସହ ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର କରିବାକୁ ମଧ୍ୟ ଦଳ ଦାବି ଉପସ୍ଥାପନ କରିବ ।

Comments are closed.