ଗଂଜାମ ବେଗୁନିଆପଡା ପୂର୍ବତନ ବ୍ଲକ ଅଧ୍ୟକ୍ଷ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସମେତ ୫ ଗିରଫ

ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲା ବେଗୁନିଆପଡାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁ ହତ୍ୟା ଘଟଣାରେ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ଅଛନ୍ତି ତିନି ମୁଖ୍ୟ ଅଭିଯୁକ୍ତ । ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ମଧ୍ୟ ଜବତ କରାଯାଇଛି । ବ୍ୟବସାୟିକ କାରଣରୁ ଦେବରାଜଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ବୋଲି ଜଣାପଡିଛି । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଜୟ ବାରିକ ବୋଲି ଦକ୍ଷିଣାଚଂଳ ଡିଆଇଜି ସତ୍ୟବ୍ରତ ଭୋଇ ପ୍ରେସମିଟରେ ସୂଚନା ଦେଇଛନ୍ତି ।

 

 

ଗିରଫ ହୋଇଥିବା ଅନ୍ୟମାନେ ହେଲେ ବଳରାମ ପରିଡା, ପବନ ପହାଣ, ପ୍ରଶାନ୍ତ ସ୍ୱାଇଁ ଓ ଗଗନ ବିଶ୍ୱାଳ । ଗତ ୨୦ ତାରିଖରେ ସୁମଣ୍ଡଳ ଛକରେ ଦେବରାଜ ଚା ପିଉଥିବା ବେଳେ ଏକ କାରରେ ହତ୍ୟାକାରୀମାନେ ଆସି ଅତି ନିକଟରୁ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏସପିଙ୍କ ନେତୃତ୍ୱରେ ହତ୍ୟାକାରୀଙ୍କୁ ଧରିବା ପାଇଁ ପୋଲିସର ୩ଟି ଟିମ୍ ଗଠନ କରାଯାଇଥିଲା । ଅଭିଯୁକ୍ତଙ୍କଠାରୁ ୩ଟି ପିସ୍ତଲ, ୬୨ଟି ଜୀବନ୍ତ ଗୁଳି, ୩ଟି ମାଗାଜିନ୍‌, ଗୋଟିଏ କାର୍‌, ୩ଟି ମୋବାଇଲ୍‌, ୩୫୦୦ ଟଙ୍କା ଜବତ କରାଯାଇଛି ।

Comments are closed.