ସମ୍ବଲପୁର ମଝିପାଲି ସରକାରୀ ହୋମିଓପାଥି କଲେଜରେ ଛାତ୍ରୀଙ୍କୁ ରାଗିଂ ନାମରେ ଯୈାନ ନିର୍ଯାତନ ଘଟଣାର ତଦନ୍ତ ନିର୍ଦ୍ଦେଶ

ସମ୍ବଲପୁର – ସମ୍ବଲପୁର ମଝିପାଲି ସ୍ଥିତ ସରକାରୀ ହୋମିଓପାଥି କଲେଜରେ ଛାତ୍ରୀମାନଙ୍କୁ ର‌୍ୟାଗିଂ ନାମରେ ଯୈାନ ନିର୍ଯାତନା ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଘଟଣାର ତଦନ୍ତ କରି ତିନି ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ବଲପୁରର ମଝିପାଲି ସ୍ଥିତ ସରକାରୀ ହୋମିଓପାଥି କଲେଜର ୪ ଜଣ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା ।

Comments are closed.