ସାଇବର ଅପରାଧ ରୋକିବା ପାଇଁ କମିଶନରେଟ ପୋଲିସ ଜାରି କଲା ହେଲପଲାଇନ ନମ୍ବର

ଭୁବନେଶ୍ୱର- ସାଇବର ଅପରାଧ ରୋକିବାକୁ ଜାରି ହୋଇଛି ହେଲପଲାଇନ ନମ୍ବର । ଏହି ନମ୍ବର ହେଲା- ୭୪୪୦୦୦୬୭୦୯ । ଠକଙ୍କ ମୋବାଇଲ ନମ୍ବର ବ୍ଲକ ସହ ଆକାଉଂଟ ଖୋଲିଲେ ବ୍ଲକ୍ କରିଦିଆଯିବ । ଠକେଇ ଟଙ୍କା କୁଆଡେ ଯାଉଛି ଓ କୋଉ ଆକାଉଂଟକୁୁ ଯାଉଛି , ତାହା ଧରିବୁ ବୋଲି କମିଶନରେଟ ପୋଲିସ କହିଛି । ଠକେଇ ହେବାର ପ୍ରଥମ ଏକ ଘଂଟା ବେଶ୍ ଗୁରୁତ୍ୱ ରଖେ । ସଙ୍ଗେ ସଙ୍ଗେ ହେଲପ ଲାଇନ ନମ୍ବରରେ ଯୋଗାଯୋଗ କରି ୟୁଆରଏଲ ଦେବାମାତ୍ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି । ସନ୍ଦେହଜନକ କଲ୍ ଆସିଲେ ଜଣାଇବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି ।

Comments are closed.