ସାନ୍ତାଳୀ କବି ଓ ଅଲ୍ ଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- ବିଶିଷ୍ଟ ସାନ୍ତାଳୀ କବି ତଥା ଅଲ୍ ଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଆଜି ଜୟନ୍ତୀ । ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନଜାତିଙ୍କ ଉନ୍ନତି ଓ ପ୍ରଗତିରେ ରଘୁନାଥ ମୁର୍ମୁଙ୍କ ରଚିତ ସାନ୍ତାଳୀ ଭାଷାର ସ୍ୱତନ୍ତ୍ର ଲିପି ବଳିଷ୍ଠ ଭୂମିକା ନିର୍ବାହ କରୁଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି । ଭାଷା, ସାହିତ୍ୟ ଓ ଶିକ୍ଷାର ପ୍ରସାର କ୍ଷେତ୍ରରେ ତାଙ୍କ ଅବଦାନ ସର୍ବଦା ପ୍ରେରଣାର ଉତ୍ସ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.