ସଂକ୍ରମଣ ଓ ମୃତ୍ୟୁରେ ନୂଆ ରେକର୍ଡ: ଭାରତରେ ଦିନକରେ ୪.୧୪ ଲକ୍ଷ ନୂଆ ମାମଲା ସହ ୩୯୧୫ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାର ପ୍ରଳୟ ଅବ୍ୟାହତ ରହିଛି । ଦୈନକ ସଂକ୍ରମଣରେ ଭାରତ ପୁଣିଥରେ ଅଲୋଡ଼ ରେକର୍ଡ କରିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ସର୍ବୋଚ୍ଚ ସ୍ତରକୁ ଛୁଇଁଛି । ଗତ ୨୪ ଘଣ୍ଟାରେ ଦେଶରେ ୪୧୪,୧୮୮ ନୂଆ ମାମଲା ଚିହ୍ନଟ ହୋଇଛି । ସେହିପରି ମୃତ୍ୟୁସଂଖ୍ୟାରେ ମଧ୍ୟ ରେକର୍ଡ ବୃଦ୍ଧି ଘଟିଛି । ଦିନକରେ ଏହି ରୋଗ ୩୯୧୫ ଜଣଙ୍କ ମୁଣ୍ଡ ନେଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ କରୋନାରୁ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩ ଲକ୍ଷ ୩୧ ହଜାର ୫୦୭ ଜଣ ସୁସ୍ଥ ହୋଇଛନ୍ତି ।
ଭାରତରେ ଏବେ ମୋଟ କରୋନା ମାମଲା ୨୧,୪୯୧,୫୯୮କୁ ବୃଦ୍ଧି ପାଇଛି । ମୃତ୍ୟୁସଂଖ୍ୟା ୨୩୪,୦୮୩ରେ ପହଞ୍ଚିଛି । ସକ୍ରିୟ ମାମଲାରେ ମଧ୍ୟ କ୍ରମାଗତ ବୃଦ୍ଧି ଘଟିଛି । ଦେଶରେ ଏବେ ମୋଟ ୩୫,୬୬,୩୯୮ ଜଣ ସକ୍ରିୟ ରୋଗୀ ଅଛନ୍ତି । ବିଶ୍ୱର ମୋଟ ଦୈନିକ ସଂକ୍ରମଣର ପ୍ରାୟ ୫୦% ମାମଲା ଭାରତରେ ରେକର୍ଡ କରାଯାଉଛି । ଏଥିରୁ ଭାରତରେ କୋଭିଡ୍ ସ୍ଥିତି କେତେ ସାଂଘାତିକ ତାହା ସ୍ପଷ୍ଟ ଜଣାପଡୁଛି ।

Comments are closed.