ସାହାଣ ଜୀବାଣୁ ସଂକ୍ରମଣରୁ କର୍ଲାପାଟ ଅଭୟାରଣ୍ୟରେ ହାତୀଙ୍କ ମୃତ୍ୟୁ ହୋଇଛି

ଭୁବନେଶ୍ୱର- କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ୬ ହାତୀଙ୍କ ମୃତ୍ୟୁ ପ୍ରସଙ୍ଗରେ ପଶୁ ସଂପଦ ଓ ପ୍ରାଣୀ ଚିକିତ୍ସା ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ପ୍ରତାପ କିଶୋର ଖମାରୀ କହିଛନ୍ତି ଯେ, ସାହାଣ ଜୀବାଣୁ ସଂକ୍ରମଣରୁ ହାତୀଙ୍କ ମୃତ୍ୟୁ ହୋଇଛି ।

ଅଭୟାରଣ୍ୟ ଅଂଚଳର ଅନ୍ୟ ପଶୁ ବି ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଇଛି । ୩୩ଟି ଗାଁକ ଗୃହପାଳିତ ପଶୁଙ୍କୁ ମାଗଣା ଟିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି . ଅନ୍ୟ ଅଭୟାରଣ୍ୟ ଅଂଚଳରେ ମଧ୍ୟ ମାଗଣା ଟିକାକରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ମଣିଷକୁ ସାହାଣ ଜୀବାଣୁ ସଂକ୍ରମଣ ହେଉ ନ ଥିବାରୁ ଏ ନେଇ ଭୟ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସାହାଣ ଜୀବାଣୁ ସଂକ୍ରମଣର ୨ ସପ୍ତାହ ପରେ ଲକ୍ଷଣ ଜଣା ପଡିଥାଏ ବୋଲି ପଶ୍‌ୁ ସଂପଦ ଅତିରିକ୍ତ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

Comments are closed.