ସେନା ନିଯୁକ୍ତିରେ ଦୁର୍ନୀତି: ଲେଫ୍ଟନାଣ୍ଟ କଲୋନେଲଙ୍କ ସମେତ ୧୭ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ – ସେନାରେ ନିଯୁକ୍ତି ନେଇ ଦୁର୍ନୀତି ଅଭିଯୋଗ ପରେ ସିବିଆଇ ଆଜି ଦେଶର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି । ସିବିଆଇ ତରଫରୁ ୬ ଲେପ୍ଟନାଣ୍ଟ କଲୋନେଲ ପାହ୍ୟାର ଅଧିକାରୀଙ୍କ ସମେତ ଅନେକ ସେନା ଅଫିସରଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରିଛି । ଚଢ଼ାଉ ବେଳେ ସିବିଆଇ ଏହି ମାମଲା ସମ୍ବନ୍ଧୀୟ ବହୁ କାଗଜପତ୍ର ଜବତ କରିଛି ।

ସେନାରେ ନିଯୁକ୍ତି ଦୁର୍ନୀତି ମାମଲାରେ ଲେପ୍ଟନାଣ୍ଟ କଲୋନେଲ, ମେଜର, ନାଏବ ସୁବେଦାର, ସିପାହୀ ଆଦି ପାହ୍ୟାର ୧୭ ଜଣ ଅଧିକାରୀଙ୍କ ବିରୋଧରେ କେସ୍ ରୁଜୁ କରାଯାଇଛି । ସର୍ଭିସ୍ ସେଲେକ୍ସିନ୍ ବୋର୍ଡ (ଏସ୍‌ଏସ୍‌ବି) ମାଧ୍ୟମରେ ହୋଇଥିବା ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ଓ ଲାଞ୍ଚ କାରବାର ହୋଇଥିଲା ବୋଲି ସିବିଆଇ କହିଛି । ଏହି ମାମଲାରେ ଅନ୍ୟ ୬ ଲୋକଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି ।

ସେନା ନିଯୁକ୍ତିରେ ଦୁର୍ନୀତି ମାମଲାରେ ସିବିଆଇ ଆଜି ଦେଶର ବିଭିନ୍ନ ରାଜ୍ୟରେ ୩୦ଟି ସ୍ଥାନରେ ଚଢ଼ାଉ କରିଥିଲା । ସେନା ନିଯୁକ୍ତିରେ ଅନିୟମିତତା ଓ ଦୁର୍ନୀତି ନେଇ ଖେଶଦ୍ ସେନା ମୁଖ୍ୟାଳୟ ତରଫରୁ ସିବିଆଇରେ ଅଭିଯାଗ କରାଯାଇଥିଲା ।

Comments are closed.