କରୋନା ଚିନ୍ତା: ବୁଧବାର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଏକ ଭର୍ଚୁଆଲ ବୈଠକ କରିବେ । ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ୁଥିବାରୁ ଏହି ବୈଠକରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ । ଏହି ବୈଠକ ବୁଧବାର ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବ । ଏଥିରେ ଦେଶରେ ଚାଲିଥିବା ଟିକାକରଣର ନେଇ ସମୀକ୍ଷା ବି କରାଯିବ ।

ଦେଶରେ ଗତ କିଛି ଦିନ ଧରି କରୋନା ମାମଲା ବଢ଼ିବାରେ ଲାଗିଛି । ବିଶେଷକରି ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ ଓ ଗୁଜରାତରେ ନୂଆ କରୋନା ରୋଗୀଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି । ମହାରାଷ୍ଟ୍ରରେ ଆଜି ପୁଣି ୧୫,୦୫୧ ନୂଆ ମାମଲା ଚିହ୍ନଟ ହୋଇଛନ୍ତି ।

ଦେଶରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୩ ଲକ୍ଷ ୮୫,୩୩୯ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ଆଉ ୨୬,୨୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ଗତ ଅଢ଼େଇ ମାସରେ ସର୍ବାଧିକ ଦୈନିକ ମାମଲା । ଏହା ପୂର୍ବରୁ ଡିସେମ୍ବର ୨୦ରେ ୨୬ ହଜାରରୁ ଊର୍ଦ୍ଧ୍ୱ ମାମଲା ରେକର୍ଡ କରାଯାଇଥିଲା ।

Comments are closed.