ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପୁଣେ – କରୋନା ଟିକା ‘କୋଭିସିଲ୍ଡ’ର ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍‌ଆଇଆଇ) ର ନୂଆ ପ୍ଲାଣ୍ଟର ଟର୍ମିନାଲ-୧ରେ ନିଆଁ ଲାଗିଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛି । ଏହି ଅଗ୍ନିକାଣ୍ଡରେ କୌଣସି ୟକ୍ଷତିର ସୂଚନା ଏଯାବତ୍ ମିଳିନାହିଁ । ତେବେ ସେରମ୍ ଇନଷ୍ଟିଚ୍ୟୁଟ୍‌ର ଯେଉଁ ପ୍ଲାଣ୍ଟରେ କରୋନା ଭ୍ୟାକ୍ସିନ ‘କୋଭିସିଲ୍ଡ’ ପ୍ରସ୍ତୁତ କରାଯାଉଛି, ତାହା ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କୁହାଯାଇଛି । କାରଣ ନିଆଁ ଲାଗିଥିବା ପ୍ଲାଣ୍ଟ୍ ଠାରୁ ତାହା ପ୍ରାୟ ୨ କିଲୋମିଟର ଦୂରରେ ଅବସ୍ଥିତ । ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଭାରତରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକାର କୋଭିଡ୍ ଟିକା ଉତ୍ପାଦନ କରୁଛି ।

Comments are closed.