ସ୍ୱାମୀନାଥନ କମିଟି ସୁପାରିଶ ଲାଗୁ ପାଇଁ କେନ୍ଦ୍ରଠାରେ ପୁଣି ହେବ ଦାବି, ଫୁଲବାଣୀ ଓ କୋରାପୁଟରେ ନିର୍ମାଣ ହେବ ହସପିଟାଲ୍‌

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । କୃଷକଙ୍କ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ସ୍ୱାମୀନାଥନ କମିଟିର ସୁପାରିସକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ନିକଟରେ ପୁଣି ଦାବି କରିବାକୁ ନିଷ୍ପତି ହୋଇଛି । ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଏମଏସପି ଉତ୍ପାଦନ ଖର୍ଚ୍ଚର ଦେଢଗୁଣ କରିବାକୁ କେନ୍ଦ୍ରଠାରେ ଦାବି କରାଯିବ । ଏମଏସପି ନେଇ ସ୍ୱାମୀନାଥନ କମିଟିର ସମସ୍ତ ସୁୁପାରିସକୁ ସବୁ ଶସ୍ୟ ପାଇଁ ଲାଗୁ କରିବାକୁ ପ୍ରସ୍ତାବ ଗୃହୀତ ହୋଇଛି । ଏଥିପାଇଁ କେନ୍ଦ୍ରଠାରେ ଦାବି କରାଯିବ । କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବରେ ମୋହର ବାଜିଛି ।

ଫୁଲବାଣୀରେ ମେଡିକାଲ କଲେଜ ଲାଗି ୧୦୦ ଶଯ୍ୟା ବିଶିଷ୍ଟ ହସପିଟାଲ ନିର୍ମାଣ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି । କୋରାପୁଟରେ ୬୫୦ ଶଯ୍ୟା ବିଶିଷ୍ଟ ଏକ ହସପିଟାଲ୍ ନିର୍ମାଣକୁ ମଧ୍ୟ କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିଛି । ୬୮୦ କୋଟି ଟଙ୍କା ବ୍ୟୟରେ ଏହି ଦୁଇ ହସପିଟାଲର କାମ ୩ ବର୍ଷ ମଧ୍ୟରେ ଶେଷ ହେବ ।

Comments are closed.