ହାସ୍ୟ ଅଭିନେତା କାମ୍‌ରା ଓ କାର୍ଟୁନିଷ୍ଟ ତନେଜାଙ୍କୁ ଅଦାଲତ ଅବମାନନା ନୋଟିସ୍‌

ନୂଆଦିଲ୍ଲୀ – ଅଦାଲତ ଅବମାନନା ମାମଲାରେ ହାସ୍ୟ ଅଭିନେତା କୁନାଲ କାମ୍‌ରା ଓ କାର୍ଟୁନିଷ୍ଟ ରଚିତା ତନେଜାଙ୍କୁ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି । ଟ୍ୱିଟ୍ ଓ କାର୍ଟୁନରେ ସର୍ବୋଚ୍ଚ ନ୍ୟାୟାଳୟକୁ ସମାଲୋଚନା କରାଯିବା ନେଇ ଉଭୟଙ୍କୁ ୬ ସପ୍ତାହ ମଧ୍ୟରେ ଜବାବ ରଖିବାକୁ କୁହାଯାଇଛି । ତେବେ କାମରା ଓ ତନେଜାଙ୍କୁ ବ୍ୟକ୍ତିଗତ ହାଜିରାରୁ କୋର୍ଟ ମୁକ୍ତ କରିଛନ୍ତି । 

ଏକ ଆତ୍ମହତ୍ୟା ମାମଲାରେ ରିପବ୍ଲିକ ଟିଭି ଏଡିଟର ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାମିନ ମିଳିବା ପରେ କାମରା ଏକାଧିକ ଟ୍ୱିଟ୍ କରି ସୁପ୍ରିମକୋର୍ଟଙ୍କୁ ସମାଲୋଚନା କରିଥିଲେ ।

ସେହିପରି ତନେଜା ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ତାଚ୍ଛଲ୍ୟ କରି କିଛି କାର୍ଟୁନ କରିଥିଲେ । ଏନେଇ ଉଭୟଙ୍କ ବିରୋଧରେ କିଛି ଆଇନଜୀବୀ ଅଦାଲତ ଅବମାନନା ମାମଲା ରୁଜୁ କରିବାକୁ ଆବେଦନ କରିଥିଲେ । ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ ଉଭୟଙ୍କ ବିରୋଧରେ ଅଦାଲତ ଅବମାନନା ପ୍ରକ୍ରିୟା ଆରମ୍ଭ କରିବାକୁ ସମ୍ମତି ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଯେ, କୌଣସି ବ୍ୟକ୍ତି ବିରୋଧରେ ଅଦାଲତ ଅବମାନନା ପ୍ରକ୍ରିୟା ଆରମ୍ଭ କରିବାକୁ ହେଲେ ଆଟର୍ଣ୍ଣି ଜେନେରାଲଙ୍କ ସମ୍ମତି ଆବଶ୍ୟକ ।

Comments are closed.