ହାସ୍ୟ କଳାକାର ମୁନାୱାର ଫାରୁକିଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଳୀ – ହିନ୍ଦୁ ମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ମାମଲାରେ ହାସ୍ୟ କଳାକାର ମୁନାୱାର ଫାରୁକିଙ୍କୁ ସୁପ୍ରିମକୋର୍ଟ ଆଜି ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ହିନ୍ଦୁ ଦେବାଦେବୀଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ କରିଥିବା ଅଭିଯୋଗରେ ମଧ୍ୟ ପ୍ରଦେଶ ସରକାର ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟ ତାଙ୍କୁ ହାଜର ପାଇଁ ୱାରେଣ୍ଟ୍ ବି ଜାରି କରିଥିଲେ । ତେବେ ଏହା ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି । ତା’ଛଡ଼ା ତାଙ୍କ ଜାମିନ ନାମଞ୍ଜୁର କରିବା ନେଇ ମଧ୍ୟପ୍ରଦେଶ ହାଇକୋର୍ଟ ଆଦେଶକୁ ଚାଲେଞ୍ଜ କରି ଫାରୁକି କରିଥିବା ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ପ୍ରଦେଶ ସରକାରଙ୍କ ଠାରୁ ଜବାବ ତଲବ କରିଛନ୍ତି ।

ଇନ୍ଦୋରରେ ଏକ କାର୍ଯ୍ୟକ୍ରମରେ ହିନ୍ଦୁ ଦେବାଦେବୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ଅପସାନସୂଚକ ଟିପ୍ପଣୀ କରିବା ଅଭିଯୋଗରେ ଜଣେ ବିଜେପି ବିଧାୟକ ୩୨ ବର୍ଷୀୟ ଫାରୁକିଙ୍କ ସମେତ ଚାରି ଜଣଙ୍କ ନାଁରେ ଥାନାରେ ଅଭିଯୋଗ ଦେଇଥିଲେ । ଜାନୁୟାରୀ ୧ରେ ଫାରୁକି ଓ ଅନ୍ୟ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଏହାପରେ ଆଉ ଜଣେ ବ୍ୟକ୍ତିଙ୍କୁ ବି ଏହି ମାମଲାରେ ଗିରଫ କରାଯାଇଥିଲା ।

Comments are closed.