ୟୁଜିସି ଓ ଏଆଇସିଟିଇର ସ୍ଥାନ ନେବ ‘ଏଚଇସିଆଇ’

ନୂଆଦିଲ୍ଲୀ – ଏକ ନୂତନ ଶିକ୍ଷା ନୀତି ପ୍ରତିଷ୍ଠା ଦିଗରେ ଆଉ ଏକ ପଦକ୍ଷେପ ପୂର୍ବକ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏବଂ ଏଆଇସିଟିଇର ମିଶ୍ରଣ କରାଯାଇ ଦେଶରେ ସବୁ ଉଚ୍ଚଶିକ୍ଷା ପାଇଁ ଗୋଟିଏ ନିୟାମକ ଆୟୋଗ ଗଠନ କରାଯିବ । ଡାକ୍ତରୀ ଏବଂ ଆଇନ ଶିକ୍ଷା ଛାଡ଼ି ଅନ୍ୟ ସମସ୍ତ ପାଠ୍ୟକ୍ରମ ପାଇଁ ଏକକ ଉଚ୍ଚଶିକ୍ଷା ଆୟୋଗ ‘ହାୟର ଏଜୁକେଶନ କମିଶନ ଅଫ୍ ଇଣ୍ଡିଆ (ଏଚଇସିଆଇ)’ ଗଠନ କରାଯିବ। ରିପୋର୍ଟ ଅନୁଯାୟୀ ଉଚ୍ଚଶିକ୍ଷା କ୍ଷେତ୍ରରେ ଏହି ସଂସ୍କାର ୨୦୨୧ରୁ କାର୍ଯ୍ୟକାରୀ ହେବ ।

ଉଚ୍ଚଶିକ୍ଷା ସଚିବ ଅମିତ ଖରେ ‘ଫିକି’ ଦ୍ଵାରା ଆୟୋଜିତ ଏକ ଭର୍ଚୁଆଲ୍ ମିଟ୍ ରେ କହିଛନ୍ତି ଯେ ୨୦୨୧ରୁ ଉଚ୍ଚଶିକ୍ଷା କ୍ଷେତ୍ରରେ କିଛି ସଂସ୍କାର ଅଣାଯିବ । ଏଥିରେ ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ଏକକ ପ୍ରବେଶିକା ପରୀକ୍ଷା ହେବ ଏବଂ କ୍ରେଡିଟ୍ ବ୍ୟାଙ୍କ ଗଠନ କରାଯିବ, ଯେଉଁଥିରେ ଛାତ୍ରଛାତ୍ରୀମାନେ ସେମାନଙ୍କର ଏକାଡେମିକ୍ କ୍ରେଡିଟ୍ ସୁରକ୍ଷିତ ରଖି ପାରିବେ ।

Comments are closed.