୨୪ ଘଂଟାରେ ରାଜ୍ୟରେ ଆଉ ୨୪୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ଆଉ ୨୪୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪୨ ସଂଗରୋଧ କେନ୍ଦ୍ର ଓ ୧୦୨ ଜଣ ସ୍ଥାନୀୟ ଅଂଚଳରୁ ଟିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୧୦୬ରେ ପହଂଚିଛି । ୩ ଲକ୍ଷ ୨୮ ହଜାର ୪୩ ଜଣ ସୁସ୍ଥ ହୋଇସାରିଛନ୍ତି । ୨ ହଜାର ୧୧୮ ରୋଗୀ ଚିକିତ୍ସାଧୀନ ଅଛନ୍ତି । ଗତ ୨୪ ଘଂଟାରେ ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ୩୭, ବରଗଡରୁ ୨୩, ସୁନ୍ଦରଗଡରୁ ୨୨, ବଲାଙ୍ଗୀରରୁ ୧୯, ଗଜପତିରୁ ୧୯, ଝାରସୁଗୁଡାରୁ ୧୯, ଅନୁଗୁଳ ଜିଲ୍ଲାରୁ ୧୫, ଯାଜପୁରରୁ ୧୦, ଖୋର୍ଦ୍ଧାରୁ ୯, ବାଲେଶ୍ୱରରୁ ୯, କଟକରୁ ୫ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.