୫-ଟି ଅଧୀନରେ ପରିବହନ ବିଭାଗର ଅନଲାଇନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ୫-ଟି ଅଧୀନରେ ୯ଟି ଅନଲାଇନ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ଅନଲାଇନରେ ପରିବହନ ବିଭାଗର ୯ଟି ନାଗରିକ ସେବା ଉପଲବ୍ଧ ହେବ । ରାଜ୍ୟରେ କାଗଜବିହୀନ ହେବ ସବୁ ଆଂଚଳିକ ପରିବହନ କାର୍ଯ୍ୟାଳୟ । ପ୍ରଥମ ରାଜ୍ୟ ଭାବେ ଲର୍ନର ଲାଇସେନ୍ସ ପାଇଁ ମୋବାଇଲ ଆପ୍ ଲଂଚ୍ କରିବାରେ ଓଡିଶା ପ୍ରଥମ ରାଜ୍ୟ ହୋଇଛି । ଗାଡି ପଂଜୀକରଣ, ଠିକା ପରିବହନ, ମାଲ୍ ପରିବହନ, ଅନ୍ତଃରାଜ୍ୟ ବସ୍ ପରମିଟ୍ ସବୁ ଅନଲାଇନରେ ହେବ । ଉମଙ୍ଗ୍ ଆପ୍‌ରେ ଲର୍ନର ଲାଇସେନ୍‌ସ ମିଳିବ । ରାଜ୍ୟର ଯେକୌଣସି ଆରଟିଓରେ ପଂଜୀକରଣ ଓ ମାଲିକାନା ବଦଳିପାରିବ । ଲୋକଙ୍କୁ ଆଶାନୁରୂପକ ସେବା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.