କୋହଳ ହେଲା କଟକଣା, ଏଣିକି ରବିବାର ବି ଖୋଲା ରହିବ ଶ୍ରୀମନ୍ଦିର , ଆନନ୍ଦ ବଜାରରେ ଭକ୍ତ ଖାଇପାରିବେ ଅବଢା

ପୁରୀ – ଶ୍ରୀମନ୍ଦିରରେ କୋହଳ ହେଲା ଦିଅଁ ଦର୍ଶନ କଟକଣା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ସଂଶୋଧିତ ଏସଓପି ଅନୁସାରେ ଏଣିକି ଭକ୍ତଙ୍କ ପାଇଁ ରବିବାର ଦିନ ବି ଖୋଲା ରହିବ ଶ୍ରୀମନ୍ଦିର । ସକାଳ ୬ଟାରୁ ସର୍ବସାଧାରଣ ଦର୍ଶନ ପାଇଁ ବି ଅନୁମତି ମିଳିବ । ଆସନ୍ତା ରବିବାର ଦିନ ଶ୍ରୀଜିଉଙ୍କ ପଦ୍ମବେଶ ଦେଖିପାରିବେ ଭକ୍ତ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ସୂଚନା ଦେଇଛନ୍ତି ଯେ, ଏଣିକି ଆନନ୍ଦ ବଜାରରେ ବସି ଭକ୍ତ ଅବଢା ଖାଇପାରିବେ । ମନ୍ଦିର ଭିତରେ ଓ ବାହାରେ ଭକ୍ତମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ଶ୍ରୀମନ୍ଦିର ପରିସରରେ ଛେପ ପକାଇବା ଓ ପ୍ଲାଷ୍ଟିକ ବ୍ୟବହାର ନିଷେଧ କରାଯାଇଛି । ମନ୍ଦିର ପରିସରରେ ପାନ, ତମାଖୁ ବ୍ୟବହାର କଲେ ହଜାରେ ଟଙ୍କା ଜୋରିମାନା ଦେବାକୁ ପଡିବ । ଆସନ୍ତା ୧୨ ତାରିଖରୁ ସଂଶୋଧିତ ଏସଓପି ଲାଗୁ ହେବ ।

Comments are closed.