୭ ମାସ ପରେ ରାଜ୍ୟରେ ୧୦୦ତଳକୁ ଖସିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଂଟାରେ ମାତ୍ର ୯୯ ନୂଆ ଆକ୍ରାନ୍ତ

ଭୁବନେଶ୍ୱର- ୭ ମାସ ପରେ ରାଜ୍ୟରେ ୧୦୦ତଳକୁ ଖସିଲା ଦୈନିକ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ମାତର ୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୫୮ ଓ ସ୍ଥାନୀୟ ଅଂଚଳରୁ ୪୧ ଚିହ୍ନଟ ହୋଇଛନ୍ତି । ବଡ କଥା ହେଲା ଗତ ୨୪ ଘଂଟାରେ ରାଜ୍ୟର ୧୨ଟି ଜିଲ୍ଲାରୁ ଗୋଟିଏ ବି କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ବାକି ୧୮ ଜିଲ୍ଲାରୁ ୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୨୦ ଓ ଖୋର୍ଦ୍ଧା ଜିଲ୍ଲାରୁ ୧୪ ଜଣ ଚିହ୍ନଟ ହୋଇଛନ୍ତି । ସମ୍ବଲପୁରରୁ ୯ ଓ କଟକରୁ ୮, ନୂଆପଡାରୁ ୮ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହିତ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୫୨୯କୁ ବୃଦ୍ଧି ପାଇଛି । ଏ ଯାଏଁ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୧ ହଜାର ୨୮୪ । ଏବେ ବି ଚିକିତ୍ସାଧୀନ ଅଛନ୍ତି ୧ ହଜାର ୨୮୬ ।

Comments are closed.