୮ରେ ଦେଶର ସବୁ ଜିଲ୍ଲାରେ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ୍‌

‌ନୂଆଦିଲ୍ଲୀ – ଦେଶରେ କରୋନା ବିରୋଧରେ ଟିକାକରଣ ଅଭିଯାନ ଆସନ୍ତା ସପ୍ତାହରୁ ଆରମ୍ଭ ହେବ । ତା’ପୂର୍ବରୁ ଜାନୁୟାରୀ ୮ରେ ଦେଶର ସବୁ ଜିଲ୍ଲାରେ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ୍ ବା ପୂର୍ବାଭ୍ୟାସ କରାଯିବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ, ଦେଶର ପ୍ରତି ଜିଲ୍ଲାରେ ଡ୍ରାଏ ରନ୍‌ର ଉଦ୍ଦେଶ୍ୟ ହେଉଛି ପ୍ରକୃତ ଟିକାକରଣ ସମୟରେ ସମ୍ଭାବ୍ୟ ସମସ୍ୟାକୁ ଚିହ୍ନଟ କରି ତାହାର ସମାଧାନ କରିବା । କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଟିକାକରଣ ପ୍ରସ୍ତୁତି ନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ସହ ଗୁରୁବାର ଆଲୋଚନା କରିବେ ।

ଡିସେମ୍ବର ୨୮ ଓ ୨୯ରେ ଦେଶର ଚାରୋଟି ରାଜ୍ୟରେ ପ୍ରଥମେ ଟିକାକରଣ ଡ୍ରାଏ ରନ୍ ହୋଇଥିଲା । ଏହାପରେ ଜାନୁୟାରୀ ୨ରେ ଦେଶର ୧୧୬ ଜିଲ୍ଲାରେ ଟିକାକରଣ ପୂର୍ବାଭ୍ୟାସ କରାଯାଇଥିଲା । ଏବେ ଜାନୁୟାର ୮ରେ ଦେଶର ସବୁ ଜିଲ୍ଲାରେ ଆଉ ଥରେ ଡ୍ରାଏ ରନ୍ ହେବ ।

Comments are closed.