ନବୀନଙ୍କ ଫୋକସରେ ପଶ୍ଚିମ ଓଡିଶା: କଳାହାଣ୍ଡି ପରେ ସୁନ୍ଦରଗଡରେ ବିକାଶ ଅଭିଯାନ

ସମ୍ବଲପୁର: ନବୀନ ସରକାରଙ୍କ ଫୋକସ୍ ରେ ପଶ୍ଚିମ ଓଡିଶାର ବିକାଶ ! ଗତ ଦୁଇ ଦଶନ୍ଧିର ନବୀନ ସରକାର ଅମଲରେ ପଶ୍ଚିମ ଓଡିଶାର ସାମଗ୍ରିକ ବିକାଶକୁ ସର୍ବାଧିକ ଗୁରୁତ୍ବ ଦିଆଆଇଛି ! ବିଶେଷ କରି ଭିତ୍ତିଭୂମି ବିକାଶରେ ବିରାଟ ପରିବର୍ତନ ହୋଇପାରିଛି ! ଦିନେ ଦାଦନ, ଅନାହାର, ଶିଶୁ ମ୍ରୁତ୍ୟୁ, ପିଲା ବିକ୍ରି ପରି ଅପବାଦ ମୁଣ୍ଡାଇଥିବା କଳାହାଣ୍ଡି ଏବେ ଭାତହାଣ୍ଡିରେ ପରିଣତ ହେଲାଣି ! ମାସକ ତଳେ କଳାହାଣ୍ଡିରେ ନବୀନ ବିକାଶ ଅଭିଯାନ କରି ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ ସହିତ ହଜାର ହଜାର କୋଟିର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ ! ଏବେ ସୁନ୍ଦରଗଡରେ ୪ ହଜାର କୋଟିର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ଯାସ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସୁଛନ୍ତି ।

ଆସନ୍ତା ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ ଜିଲ୍ଲା ଗସ୍ତରେ ଆସି ବିକାଶର ଏକ ନୂଆ ଧାରା ଆରମ୍ଭ କରିବାକୁ ଯାଉଛନ୍ତି ! ଏଥିରେ ବିପିୟୁଟି ପରିସରରେ ନିର୍ମିତ ହେବାକୁ ଥିବା ବିଶ୍ବର ସର୍ବବ୍ରୁହତ ହକି ଷ୍ଟାଡିଅମର ଶିଳାନ୍ୟାସ ସାଂଗକୁ ଜିଲ୍ଲାର ସମସ୍ତ ବ୍ଲକରେ ନିର୍ମାଣ ହେବାକୁ ଥିବା ହକି ଆଷ୍ଟ୍ରୋଟର୍ଫର ଶୁଭ ଦେବେ ! ଏହା ସାଂଗକୁ ରାଉରକେଲା ସହରର ପାନୀୟଜଳ ପ୍ରକଳ୍ପ, ଛାତ୍ରାବାସ, ସ୍କୁଲ ଗ୍ରୁହ, ଶୌଚାଳୟ, ଛାତ୍ରୀନିବାସ, କଲ୍ୟାଣ ମଣ୍ଡପ, ଅଙ୍ଗନଓ୍ବାଡି ଓ ମିଶନ ଶକ୍ତି ଗ୍ରୁହ ଉଦଘାଟନ କାର୍ଯ୍ୟକ୍ରମ ରହିଛି ।

ସେହିପରି ରାଜଗାଂଗପୁରରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଗ୍ରୁହ, ସ୍କୁଲ ପାଚେରୀ, ଅତିରିକ୍ତ ଶ୍ରେଣୀ ଗ୍ରୁହ ସମେତ କୋଇଡା- ବରସୁଆଁ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ସରକାରୀ ସୂତ୍ରରୁ ଜଣାପଡିଛି ! ଏଥିପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟଖ୍ୟ ଅସିତ ତ୍ରିପାଠୀ ସୁନ୍ଦରଗଡରେ ଏହି ସମସ୍ତ ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି ।

ଏହା ପୂର୍ବରୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭିକେ ପାଣ୍ଡିଆନ ପ୍ରମୁଖ ସୁନ୍ଦରଗଡରେ ପ୍ରସ୍ତାବିତ ହକି ଷ୍ଟାଡିଅମର ଅନୁଧ୍ୟାନ କରି ଫେରିଛନ୍ତି ! ସୂଚନାଯୋଗ୍ୟ ଯେ, ଭୋକର ଭୂଗୋଳ କୁହାଯାଉଥିବା କଳାହାଣ୍ଡିକୁ ଭାତହାଣ୍ଡିରେ ପରିଣତ କରିବା ପରେ ପଶ୍ଚିମ ଓଡିଶାର ଐତିହ୍ୟ ଓ କୀର୍ତ୍ତିରାଜିର ସୁରଖ୍ୟା ପାଇଁ ଅଣ୍ଟା ଭିଡିଛନ୍ତି ! ସମଲେଶ୍ବରୀ ମନ୍ଦିରରୁ ଆରମ୍ଭ କରି ନ୍ରୁସିଂହନାଥ ଏବଂ ହରିଶଙ୍କରକୁ ନେଇ ଏକ ତ୍ରିଭୂଜକାର ଐତିହ୍ୟ କରିଡର ନିର୍ମାଣ କରିବାକୁ ସରକାର ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି ।

ତେବେ, ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତ କାର୍ଯ୍ୟକ୍ରମ ସରକାରୀ ଭାବେ ଚୂଡାନ୍ତ ହୋଇପାରିନାହିଁ ।

Comments are closed.