ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ଉପରୁ ବାଇ-ଲ’ ପ୍ରତ୍ୟାହାର ପାଇଁ ନବୀନଙ୍କ ଦାବି

ଭୁବନେଶ୍ୱର- ଏକାମ୍ର କ୍ଷେତ୍ରରେ ଥିବା ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିର ଉପରୁ ବିବାଦୀୟ ଏନଏମଏ ବାଇ-ଲ’ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସମ୍ବେଦନଶୀଳ ଧର୍ମୀୟ ପ୍ରସଙ୍ଗରେ କେନ୍ଦ୍ରୀୟ ସଂସ୍ଥା ରାଜ୍ୟକୁ ବିଶ୍ୱାସକୁ ନେବା ଦରକାର ବୋଲି ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତ ଓଡିଆ ସାଂସଦ ଏକାଠି ହୋଇ ବାଇ-ଲ’ ପ୍ରତ୍ୟାହାର ପାଇଁ କେନ୍ଦ୍ର ନିକଟରେ ଅପିଲ୍ କରିବାକୁ ଟ୍ୱିଟ୍ କରିଛନ୍ତି ନବୀନ ।

Comments are closed.