ରାଜ୍ୟପାଳଙ୍କ ଅଭିଭାଷଣରେ ରାଜ୍ୟ ସରକାରଙ୍କ ‘ସୁସ୍ଥ ଓଡିଶା, ସୁଖୀ ଓଡିଶା’

ଭୁବନେଶ୍ୱର- ବିଧାନସଭା ବଜେଟ୍ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣରେ ରାଜ୍ୟ ସରକାରଙ୍କ ‘ସୁସ୍ଥ ଓଡିଶା, ସୁଖୀ ଓଡିଶା’ ପ୍ରମୁଖ ଭାବେ ସ୍ଥାନ ପାଇଛି । ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ବ୍ୟାପକ ପରିବର୍ତ୍ତନ କରାଯାଉଛି । ଜନସ୍ୱାସ୍ଥ୍ୟ ଓ ପାନୀୟଜଲ ସମସ୍ୟା ଦବର ଉପରେ ଗୁରୁତ୍ୱ ଦିଆଯାଉଛି । ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୪ ଦଶମିକ ୭ ଲକ୍ଷ ନଳକୂପ ସ୍ଥାପନ କରାଯାଇଛି । କୋରୋନା ବେଳେ ଅଙ୍ଗନବାଡି ପିଲାଙ୍କ ପୁଷ୍ଟିସାଧନ ହୋଇଛି । ରାଜ୍ୟରେ ୫ଟି ମେଡିକାଲ କଲେଜ ଓ ହସପିଟାଲ୍ ନିର୍ମାଣାଧୀନ ରହିଛି ବୋଲି ରାଜ୍ୟପାଳ ବିଧାନସଭା ବଜେଟ୍ ଅଧିବେଶନର ପ୍ରଥମ ଦିନରେ ନିଜ ଅଭିଭାଷଣରେ କହିଥିଲେ ।

ରାଜ୍ୟରେ ୭ଟି ଜିଲ୍ଲା ହସପିଟାଲ୍ ମଧ୍ୟ ନିର୍ମାମାଧୀନ ରହିଛି । ଏସସିବି ମେଡିକାଲ କଲେଜକୁ ଏମ୍ସ ପ୍ଲସ କରାଯାଇଛି ବୋଲି ରାଜ୍ୟପାଳ ଅଭିଭାଷଣରେ କହିଛନ୍ତି । କରୋନା ନିୟନ୍ତ୍ରଣରେ ଥିବାରୁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି ରାଜ୍ୟପାଳ । ମହାମାରୀର ଭୟାବହତା ନେଇ ଆଗୁଆ ଆକଳନ କରିପାରିଥିଲେ ସରକାର । ସଂକ୍ରମଣ ଦେଖିବା ମାତ୍ରେ ଏହାକୁ ଦୃଢତାର ସହ ମୁକାବିଲା କରାଯାଇପାରିଲା ବୋଲି ରାଜ୍ୟପାଳ କହିଛନ୍ତି ।

Comments are closed.