ରାଜ୍ୟରେ ବଢୁଛି ତାତି, ୬ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ , ଭୁବନେଶ୍ୱର ତତଲା ସହର

ଭୁବନେଶ୍ୱର- ସାରା ରାଜ୍ୟରେ ଦିନର ତାପମାତ୍ରା ବଢିବାରେ ଲାଗିଛି । ରାଜ୍ୟର ୬ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରହିଛି । ୩୭ ଦଶମିକ ୧ ଡିଗ୍ରୀ ସହ ଭୁବନେଶ୍ୱର ରାଜ୍ୟର ତତଲା ସହର ହୋଇଛି । ଅନୁଗୁଳରେ ୩୫ ଦଶମିକ ୭ , କଟକରେ ୩୫ ଦଶମିକ ୪,ଟିଟିଲାଗଡରେ ୩୫ ଦଶମିକ ୨ ତାପମାତ୍ରା ରେକର୍ଡ କରାଯାଇଛି । ନୟାଗଡ ଓ ବଲାଙ୍ଗିରରେ ୩୫ ଡିଗ୍ରୀ ଲେଖାଏଁ ତାପମାତ୍ରା ରେକର୍ଡ କରାଯାଇଛି ।

Comments are closed.