ଆନ୍ତର୍ଜାତିକ ମହିଳା ଦିବସ ପୂର୍ବରୁ ନବୀନଙ୍କ ଭେଟି, ମିଶନ ଶକ୍ତିକୁ ଅଲଗା ବିଭାଗ ଭାବେ ମାନ୍ୟତା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ୱର-ଆନ୍ତର୍ଜାତିକ ମହିଳା ଦିବସ ପୂର୍ବରୁ ନବୀନଙ୍କ ଭେଟି । ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ମିଶନ ଶକ୍ତିକୁ ଅଲଗା ବିଭାଗ ଭାବେ ମାନ୍ୟତା ଦେବା ପାଇଁ ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ବାଜିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

ଏହାଛଡା କ୍ୟାବିନେଟ ଅନ୍ୟ ୧୫ଟି ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ଦେଇଛି । ୧୦ଟି ସ୍ଥାନରେ ବୃହତ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ । ଆଳି, ରାଜକନିକା, ଚିଲିକା,ଟାଙ୍ଗୀ, ବାଣପୁର, ଖୋର୍ଦ୍ଧା ଓ ଜଟଣୀରେ ହେବ ପ୍ରକଳ୍ପ । ଏମ୍ସର ସାଟେଲାଇଟ ସେଂଟରକୁ ୨୫ ଏକର ଜାଗା ଦେବା ପ୍ରସ୍ତାବ ମଧ୍ୟ ପାରିତ ହୋଇଛି । ବାଲେଶ୍ୱର ରେମୁଣାରେ ସାଟେଲାଇଟ ସେଂଟର ପ୍ରତିଷ୍ଠା ହେବ ।

Comments are closed.