ଜଙ୍ଗଲ ନିଆଁ ବାବଦରେ ଖୁବ ଶୀଘ୍ର ରାଜ୍ୟ ସରକାରଙ୍କୁ ପ୍ରାରମ୍ଭିକ ରିପୋର୍ଟ ଦେବ ଟାସ୍କଫୋର୍ସ

ଭୁବନେଶ୍ୱର- ଜଙ୍ଗଲ ନିଆଁ ଟାସ୍କଫୋର୍ସ ସଦସ୍ୟ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି ଯେ, ଖୁବ ଶୀଘ୍ର ରାଜ୍ୟ ସରକାରଙ୍କୁ ପ୍ରାରମ୍ଭିକ ରିପୋର୍ଟ ପ୍ରଦାନ କରାଯିବ । ରିପୋର୍ଟରେ ବନାଗ୍ନି ରୋକିବା ପଦକ୍ଷେପ ନେଇ ପରାମର୍ଶ ଦିଆଯିବ । କେଉଁ ଜଙ୍ଗଲରେ ପ୍ରତିବର୍ଷ ନିଆଁ ଲାଗୁଛି, ତାହାର ଡାଟାବେସ୍ ପ୍ରସ୍ତୁତ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି ।

୨୬ ହଜାର ୫୦୦ ଗାଁ ଜଙ୍ଗଲ ଆଖପାଖରେ ରହିଛି । ଏଥିରୁ ୫ ହଜାର ଗାଁ ନିଆଁ ପ୍ରବଣ । ଗ୍ରାମବାସୀଙ୍କୁ ପ୍ରୋତ୍ସାହନ ଦେଲେ ସେମାନେ ଜଙ୍ଗଲ ସୁରକ୍ଷାର ମାଧ୍ୟମ ସାଜିପାରିବେ ବୋଲି ଜୟକୃଷ୍ଣ କହିଛନ୍ତି । ଏ ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ସେ କହିଛନ୍ତି । ଆସନ୍ତାକାଲି ଟାସ୍କଫୋର୍ସ ସଦସ୍ୟମାନେ ଶିମିଳିପାଳ ଗସ୍ତ କରି ସ୍ଥାନୀୟ ଲୋକ ଓ ବନବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିବେ ।

Comments are closed.