ପୁଣି ଅଣାୟତ୍ତ ହେଉଛି କରୋନା, ଭାରତରେ ୨୮ ହଜାର ନୂଆ ମାମଲା, ତିନି ମାସରେ ସର୍ବାଧିକ

ନୂଆଦିଲ୍ଲୀ – ଦେଶରେ କରୋନା ସ୍ଥିତି ପୁଣି ଅଣାୟତ୍ତ ହେବାରେ ଲାଗିଛି । ଦୈନିକ ସଂକ୍ରମଣ କ୍ରମାଗତ ଭାବେ ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ୨୮,୯୦୩ ମାମଲା ଚିହ୍ନଟ ହୋଇଛି, ଯାହା ଗତ ତିନି ମାସରେ ସର୍ବାଧିକ । ଶେଷଥର ଡିସେମ୍ବର ୧୨ରେ ୩୦,୨୫୪ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
ଗତ ୨୪ ଘଣ୍ଟାରେ ଏହି ରୋଗରେ ଆଉ ୧୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭,୭୪୧ ଜଣ ଲୋକ ସୁସ୍ଥ ବି ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଭାରତରେ ଏବେ କରୋନାର ମୋଟ ମାମଲା ୧ କୋଟି ୧୪ ଲକ୍ଷ ୩୮ ହଜାର ୭୩୪କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୧ ଲକ୍ଷ ୫୯ ହଜାର ୪୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧ କୋଟି ୧୦ ଲକ୍ଷ ୪୫ ହଜାର ୨୮୪ ଜଣ ଲୋକ ସୁସ୍ଥ ହୋଇଛନ୍ତି । ସକ୍ରିୟ ମାମଲାରେ ବୃଦ୍ଧି ଘଟିଛି । ଭାରତରେ ଏବେ ମୋଟ ୨ ଲକ୍ଷ ୩୪ ହଜାର ୪୦୬ ସକ୍ରିୟ ରୋଗୀ ଅଛନ୍ତି ।

Comments are closed.