କୋରୋନା ଦୃଷ୍ଟିରୁ ସାରାରାଜ୍ୟରେ ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ମନା, ନିର୍ଦ୍ଦେଶନାମା ଜାରି କଲେ ଏସଆରସି

ଭୁବନେଶ୍ୱର- କୋରୋନା ସଂକ୍ରମଣ ରୋକିବା ପାଇଁ ସାରା ରାଜ୍ୟରେ ସର୍ବସାଧାରଣରେ ହୋଲି ଖେଳିବା ମନା ହୋଇଛି । ଏ ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ରହିଛି ।

ଲୋକେ ଘରେ ରହି ପରିବାର ଲୋକଙ୍କ ସହ ହୋଲି ଖେଳିବା ପାଇଁ ପରାମର୍ଶ ଦିଆଯାଇଛି । ଏହି ମାସ ୨୮ ଓ ୨୯ ତାରିଖରେ କେବଳ ଘରେ ହିଁ ହୋଲି ଖେଳିହେବ । କେବଳ ଧାର୍ମିକ ରୀତିନୀତିରେ ଦୋଳଯାତ୍ରା ହେବ ।

ସର୍ବସାଧାରଣ ସ୍ଥାନରେ ଦୋଳଯାତ୍ରାରେ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମନା ହୋଇଛି । ସ୍ଥାନୀୟ ପ୍ରଶାସନ ଚାହିଁଲେ ମନ୍ଦିରକୁ ପ୍ରବେଶ ନେଇ କଟକଣା ଲଗାଇପାରିବେ । ହୋଲି ଖେଳିଲେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ସମ୍ଭବ ନୁହେଁ । କୋରୋନା ସଂକ୍ରମଣ ଆଶଙ୍କା ଅଧିକ ଥିବାରୁ ହୋଲି ଖେଳିବା ଉପରେ କଟକଣା ଜାରି କରାଯାଇଛି ।

Comments are closed.