ଓଡିଶାର ସାରଥୀ ଭାବେ ସମସ୍ତେ ଆଗେଇ ଆସିବା ଉଚିତ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଆଲୋଚନା ଓ ତର୍କ ଗଣତନ୍ତ୍ରର ହଲମାର୍କ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । କନକ ନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭ ୨୦୨୧କୁ ଭିଡିଓ ବାର୍ତ୍ତା ଜରିଆରେ ଉଦଘାଟନ କରି ଏହା କହିଛନ୍ତି ନବୀନ । ନବୀନ କହିଛନ୍ତି ଯେ, ପୁଂଜିନିବେଶ ପାଇଁ ଓଡିଶା ଏକ ପ୍ରମୁଖ ରାଜ୍ୟ ପାଲଟିଛି । ବିପର୍ଯ୍ୟୟ ମୁକାବିଲାରେ ଓଡିଶା ଅନ୍ୟ ପାଇଁ ଉଦାହରଣ ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ନବୀନ କହିଛନ୍ତି ଯେ, ଅନାହାର ମୃତ୍ୟୁ, ପିଲା ବିକ୍ରି ବିରୋଧରେ ଲଢେଇ ଆମେ ଜିତିଛେ । ନିର୍ମାଣକୁ ଆଗକୁ ନେଲେ ଆଗାମୀ ୧୦ ବର୍ଷରେ ଓଡିଶା ନୂଆ ସ୍ଥାନ ନେବ । ଓଡିଶାର ସାରଥୀ ଭାବେ ସମସ୍ତେ ଆଗେଇ ଆସିବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଧର୍ମପଦ ଭାବେ ସମସ୍ତେ ନିଜ ନିଜ କର୍ତ୍ତବ୍ୟ କରିବାକୁ ପଡିବ ବୋଲି ନବୀନ କହିଛନ୍ତି ।

Comments are closed.