ରାଜ୍ୟସଭାରେ ବଳକା ଚାଉଳ ପ୍ରସଙ୍ଗ ଉଠାଇଲେ ସସ୍ମିତ

ନୂଆଦିଲ୍ଲୀ – ରାଜ୍ୟସଭାରେ ବଳକା ଚାଉଳ ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସଦସ୍ୟ ଡକ୍ଟର ସସ୍ମିତ ପାତ୍ର । ଖାଦ୍ୟଶସ୍ୟ ଉତ୍ପାଦନରେ ଓଡିଶା ଦେଶରେ ଚତୁର୍ଥ ସ୍ଥାନ ହାସଲ କରିଥିଲେ ମଧ୍ୟ ଏବେ ମଧ୍ୟ ରାଜ୍ୟରେ ଚାଉଳ ଉଠାଯାଇନାହିଁ । ତେଣୁ ବଳକା ଚାଉଳ ତୁରନ୍ତ ଉଠାଇବାକୁ ଗୃହରେ ଦାବି କରିଛନ୍ତି ସସ୍ମିତ ।

ସେ କହିଥିଲେ ଯେ, ଗୃହରେ ପ୍ରାୟ ୩୦ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଏବେ ବଳକା ରହିଛି । ସସ୍ମିତ ଆହୁରି ମଧ୍ୟ କହିଥିଲେ ଯେ, ଧାନକିଣା ସବସିଡି ବାବଦକୁ କେନ୍ଦ୍ର ଉପରେ ୫ ହଜାର ୬୧୬ କୋଟି ଟଙ୍କା ବାକି ପଡିଛି । ଏ ଯାଏଁ ପ୍ରାପ୍ୟ ମିଳିନାହିଁ । କେନ୍ଦ୍ର ସରକାର ତୁରନ୍ତ ବଳକା ଚାଉଳ ଉଠାଇବା ସହ ବାକି ପଡିଥିବା ସବସିଡି ଟଙ୍କା ପ୍ରଦାନ ପାଇଁ ଦାବି କରିଛନ୍ତି ସସ୍ମିତ ।

Comments are closed.