ଭୁବନେଶ୍ୱରରୁ ୩୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ମହିଳାଙ୍କ ସମେତ ୩ ଗିରଫ

ଭୁବନେଶ୍ୱର – ରାଜଧାନୀର ତମାଣ୍ଡୋ ଅଂଚଳରୁ ୩୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି । ପାଟ୍ରୋଲିଂ ବେଳେ ଅବକାରୀ ବିଭାଗ ୫୦ କିଲୋ ଗଂଜେଇ ଜବତ କରିଛି । ଏହି ମାମଲାରେ ୨ ମହିଳାଙ୍କ ସମେତ ୩ ଜଣ ବେପାରୀଙ୍କୁ ଗିରଫ କରାଯାଇଛି । ଏଥିସହ ଗୋଟିଏ ଟାଟା ଏସି ଗାଡି ବି ଜବତ ହୋଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସବିତା ଦିଗଲ, ମମତା ଦିଗଲ ଓ ସୁରତ ବେହେରା ।

Comments are closed.