ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ – ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ପ୍ରଥମେ ହସ୍ପିଟାଲର ମେଡିସିନ୍ ବିଭାଗ କୋଠାରେ ଆଜି ସକାଳ ପ୍ରାୟ ୬ଟା ୩୦ ମିନିଟରେ ଲାଗିଥିଲା । ଏହା ପରେ ନିଆଁ ଏଚ୍ ବ୍ଲକ୍‌-୧୧ ପର୍ଯ୍ୟନ୍ତ ବ୍ୟାପିଯାଇଥିଲା । ତା’ ପୂର୍ବରୁ ସେଠାରେ ଚିକିତ୍ସାଧୀନ ଥିବା ୬୦ ରୋଗୀଙ୍କୁ ସୁରକ୍ଷିତ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । ସୂଚନା ଅନୁସାରେ ନିଆଁକୁ ସମ୍ପୂର୍ଣ୍ଣ ଲିଭାଯାଇଛି ଏବଂ ସବୁ ରୋଗୀଙ୍କ ସହ ହସ୍ପିଟାଲ କର୍ମଚାରୀ ସୁରକ୍ଷିତ ଅଛନ୍ତି ।

ହସ୍ପିଟାଲ କତ୍ତୃପକ୍ଷଙ୍କ କହିବା ଅନୁସାରେ, ନିଆଁ ଆଜି ସକାଳ ପ୍ରାୟ ୬ଟା ୩୫ ମିନିଟରେ ଲାଗିଥିଲା । ଅଗ୍ନିକାଣ୍ଡ ସମ୍ପର୍କରେ ତୁରନ୍ତ ଦମକଳ ବାହିନୀକୁ ସୂଚନା ଦିଆଯାଇଥିଲା । ନଅ ଗାଡ଼ି ସହ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ସମୟ ମଧ୍ୟରେ ହସ୍ପିଟାଲ ଷ୍ଟାଫ୍‌ଙ୍କ ସହାୟତାରେ ଚିକିତ୍ସାଧୀନ ୬୦ ଜଣ ରୋଗୀଙ୍କୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ନିଆଁକୁ ସମ୍ପୂର୍ଣ୍ଣ ଲିଭାଯାଇଛି । ଏଥିରେ କେହି ମୃତାହାତ ହୋଇ ନାହାନ୍ତି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

Comments are closed.