ରାଜ୍ୟରେ ବଢୁଛି କୋରୋନା ସଂକ୍ରମଣ, ୨୪ ଘଂଟାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୨୯୭, କଳାହାଣ୍ଡି ଜିଲ୍ଲାରୁ ସର୍ବାଧିକ ୫୭

ଭୁବନେଶ୍ୱର-ରାଜ୍ୟରେ ଗତ ୨୪ ଘଂଟାରେ ୨୯୭ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକିଛି ଦିନ ମଧ୍ୟରେ ଏହି ସଂଖ୍ୟା ସର୍ବାଧିକ । ସଂଗରୋଧରୁ ୧୭୪ ଓ ସ୍ଥାନୀୟ ଅଂଚଳରୁ ୧୨୩ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲାରୁ ସର୍ବାଧିକ ୫୭, ସୁନ୍ଦରଗଡ ଜିଲ୍ଲାରୁ ୩୮, ଖୋର୍ଦ୍ଧାରୁ ୩୩, ନୂଆପଡାରୁ ୩୧, ବରଗଡ ଜିଲ୍ଲାରୁ ୧୮, ସମ୍ବଲପୁରରୁ ୧୭, କଟକରୁ ୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ୭ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୯୧୭କୁ ବୃଦ୍ଧି ପାଇଥିବା ବେଳେ ଏଥିମଧ୍ୟରୁ ୩ ଲକ୍ଷ ୩୬ ହଜାର ୯୩୦ ସୁସ୍ଥ ହୋଇସାରିଲେଣି । ୨ ହଜାର ୧୩ ଜଣ ଚିକିତ୍ସାଧୀନ ଅଛନ୍ତି ।

Comments are closed.