କରୋନା ଅପଡେଟ୍‌: ଦିନକରେ ଆଉ ୫୩ ହଜାର ମାମଲା, ୩୫୪ ମୃତ

ନୂଆଦିଲ୍ଲୀ – ଭାରତରେ ଗତ ୨୪ ଘଣ୍ଟାରେ ଆଉ ୫୩,୪୮୦ କରୋନା ମାମଲା ସାମ୍ନାକୁ ଆସିଛି । ଦିନକରେ ଏହି ରୋଗରେ ଆଉ ୩୫୪ ଜଣଙ୍କ ମୃତ୍ୟୁ ହୋଇଛି, ଯାହା ଚଳିତ ବର୍ଷ ସର୍ବାଧିକ । ଶେଷଥର ଦେଶରେ ଡିସେମ୍ବର ୧୭ରେ ୩୫୫ ଜଣ ଏହି ମହାମାରୀରେ ପ୍ରାଣ ହରାଇଥିଲେ । ଭାରତରେ ମୃତ୍ୟୁ ହାର ୧.୩୪ ପ୍ରତିଶତ ରହିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ, ଭାରତରେ ମୋଟ କରୋନା ମାମଲା ୧,୨୧,୪୯,୩୩୫କୁ ବୃଦ୍ଧି ପାଇଛି । ମୃତ୍ୟୁ ସଂଖ୍ୟା ୧,୬୨,୪୬୮ରେ ପହଞ୍ଚିଛି । ସକ୍ରିୟ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଭାରତରେ ଏବେ ମୋଟ ୫,୫୨,୬୬ ସକ୍ରିୟ ରୋଗୀ ଅଛନ୍ତି । କରୋନାରୁ ଏଯାବତ୍ ସର୍ବମୋଟ ୧,୧୪,୩୪,୩୦୧ ଜଣ ସୁସ୍ଥ ହୋଇସାରିଛନ୍ତି ।

Comments are closed.