୨୯ ବଛରେଁ ପାହା ଦେଲା ନୂଆପଡ଼ା: ବିକାଶର ନୂଆଁ ଇତିହାସ୍ ଦେଖଲା ଇ ଇଲାକା

ନୂଆପଡ଼ା : ପଛିମ୍ ଉଡିଶାର ପଛୁଆ ଆର୍ ଅବହେଲିତ ଇଲାକା ଭିତରୁଁ ନୂଆଁପଡା ଜିଲ୍ଲା ରାଏଜେଁ ଗୁଟେ ଅଲଗ୍ ଠାନ୍ ରଖିଛେ । ଆଏଜ୍ ଇ ଜିଲ୍ଲାକେ ୨୮ ବଛର ପୂରିଛେ । ୨୯ ବଛରେଁ ପାହା ଦେଲାନ । ଏନ୍ତା ସମିଆଁ ଥିଁ କୁଡେ ବଛର୍ ଆଘୋର୍ କଥା କେ ଆର୍ ଇହାଦେର୍ କଥା କେ ସୋର୍ କଲା ବେଲକେ ଜାନଲା ଲୋକ୍ ଜାନୁପାରୁଛନ୍ତି ଯେ , ଇ ପଛୁଆ ଏରିଆ କେତେ ବଦଲିଛେ । ବିଜୁ ବାବୁ ଇତାକେ କଲାହାଣି କୁ ଅଲଗ୍ କରି ଗୁଟେ ଜିଲ୍ଲାର ମାଏନ୍ ଦେଇଥିଲେ । ବିଜୁ ବାବୁ ଇ ଜିଲ୍ଲା କେ କେତେ ଭଲ ପାଉଥିଲେ ଯେ , ଇ ଜିଲ୍ଲାର ସବୁ ଫାଲର୍ ଲୁକକୁଁ ଚିହ୍ନି କରି ନାଁ ଧରିକରି ଡାକୁଥିଲେ । ଆର୍ ତାକର୍ ଭଲ୍ ପାଏବାର ଚିହ୍ନା ହିସାବେଁ ଇ ଜିଲ୍ଲା ଇହାଦେ ବିକାଶର୍ ନୂଆଁ ଦୁନିଆଁ ଦେଖିପାରିଛେ । ଯେନ୍ ଜିନିଷ କେ ଇନର୍ ପୁରଖା ପାତିର୍ ଲୋକ୍ ଭାବି ନାଇଁ ଥାଇଁ ସେ ଜିନିଷ୍ ଇହାଦେ ଘର୍ ତରେଁ ମିଲିପାରୁଛେ ।

୧୯୯୩ ଏପ୍ରିଲ ୧ ତାରିଖ୍ କଲାହାଣ୍ଡି ଜିଲ୍ଲା ନୁ ଅଲଗ୍ ହେଇକରି ନୂଆପଡା ଗୁଟେ ଅଲଗ୍ ଜିଲ୍ଲାର୍ ମାଏନତା ପାଇଥିଲା । ନୂଆପଡା ଉପଖଣ୍ଡ କେ ଜିଲ୍ଲା ସଦର ମହକୁମାର୍ ଦର୍ଜା ମିଲିଥିଲା । ଇନର୍ ଲୋକ୍ ଆଘୋ ଜିଲ୍ଲା ହେଡକ୍ବାର୍ଟର କେ ଯିବାର୍ ଲାଗି ଦେଢ ଶହ କିଲୋମିଟର୍ ଭବାନୀପାଟଣା ତକ୍ ଯିବାର କେ ପଡ଼ୁଥିଲା । ଘର ଦୁଆରେ ଜିଲ୍ଲାର ମୁଖିଆ ଅଫିସ ଦପ୍ତର ପାଇକରି ଇନର୍ ଲୋକ୍ ଧଏନ୍ ହେଇଯାଇଥିଲେ । ହେଲେ ଇ ଜିଲ୍ଲା ଗଠନ୍ କେ ଆଏଜ୍ ୨୮ ବଛର୍ ଭରନା ହେଲା ବେଲକେ ଇନର ଲୋକ୍ ସେଦିନର୍ କଥା ଆରୁ ଇହାଦେର୍ ସମିଆ କେ ତଉଲୁଛନ୍।

ଦିନ୍ ଥିଲା , ଇନର୍ ଲୋକକୁଁ ଖାଲି ଗରିବି ଲାଗି ଟାହିଟାପରା ଶୁନବାର୍ କେ ପଡ଼ୁଥିଲା । ହେଲେଁ ଇହାଦେ ଜଲସେଚନ୍ , ସ୍ବାସ୍ଥ୍ୟ , ରୋଡ୍ ରାସ୍ତା ନୁ ମୁଲ୍ କରି ବିକାଶର୍ ସବୁ ଫାଲ ଉଜୁର୍ ହେଇଯାଇଛେ ! ଗଲା ମାସର୍ ୧୦ ତାରିଖ୍ ନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡା କେ ଆସିକରି ତାକର ବାପାକଁର୍ କଥା କେ ସୋର୍ କରି ଭାବୁକ୍ ହେଇଯାଇଥିଲେ । ଆର ଇଥିଁ କେତନି କେତେ ଦିନର୍ ସପନ୍ ଥିଲା ୧୯୨୫ କୋଟି ଟଙ୍କାର ଲୋୟର ଇନ୍ଦ୍ର ଜଲସେଚନ୍ ପ୍ରକଳ୍ପ କେ ଜିଲ୍ଲାର ଲୋକଙ୍କୁ ସପିଁ ଦେଇଛନ୍। ଇ ପ୍ରକଳ୍ପ ଜିଲ୍ଲାର ଆର୍ଥିକ ଦିଗକେ ବଢେଟେ ପରିବର୍ତ୍ତନ ଦେବା ବଲି ସଭେ ଜାନି ସାରଲେନ ।

ଇଥିଁ ଖଡିଆଲ୍ ଆର୍ ବୋଡେନ୍ ବ୍ଲକ୍ ନେ ୧୦ ହଜାର ୯ ଶହ ହେକ୍ଟର ଜମିକେ ପାଏନ୍ ମାଡବା । ଇଥିଁ ୭୯ଟା ଗାଁର ୨୦ ହଜାର ଚାଷୀକଁର ଜୀବନ୍ ଜୀବକା ବନବା । ଓଡ଼ିଶା ଉଠା ଜଳସେଚନ ନିଗମ୍ ତରଫୁଁ ଜିଲ୍ଲା ନେ ୪୨୬୮ଟି ଗଭୀର ନଳକୂଅ ଥିଁ ୪୨ ହଜାର ୬୮୦ ଏକର ଓ ଜଳସେଚନ ବିଭାଗ୍ ନୁ ପାଖାପାଖି ୨୦ ହଜାର ହେକ୍ଟର ଜମି ଜଳସେଚିତ ହୋଇପାରିଛେ ।

ନୂଆପଡ଼ା ଜିଲ୍ଲାର ଦୁଖ ବନିଥିବା ଫ୍ଲୋରାଇଡ୍ ପାନି ନୁ ମୁକ୍ତି ଲାଗି ୩୧୫ କୋଟି ଟିକାର ପ୍ରକଳ୍ପ କେ ଭିଲ୍ ମୁଖ୍ୟମନ୍ତ୍ରୀ ଗଲା ମାସେ ଉଦଘାଟନ କରି ହଜାର ହଜାର ଲୋକର୍ ଜୀବନ୍ କେ ଧଏନ୍ କରିଛନ୍ତି ।

ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଦେବାର୍ ଲାଗି ଇ ପଛୁଆ ଜିଲ୍ଲା ନେ ନବୀନ ବାବୁ ସଦର୍ ମହକୁମା ନେ ୭ ମହଲା ବିଲଡିଂର ଡାକ୍ତରଖାନା ଖୁଲିକରି ସବୁ ସୁବିଧା ଦେଇଛନ୍ତି । ବଡଖା ବଡଖା ସହରେଁ ଭିଲ୍ ଏନତା ସୁବିଧା ନେ ଥିବା । ଆଗକେ ଇନେ ସବୁ ଡାକ୍ତର କର୍ମଚାରୀ ଆର୍ ମେସିନ୍ ଦେବାର୍ ଲାଗି ଭିଲ୍ ଚେଷ୍ଟା ମୁଲ୍ ହେଇସାରିଛି । ବିଶେଷ କରି ରୋଡ୍ ରାସ୍ତା ବିକାଶ ଦିଗେଁ ଇ ଜିଲ୍ଲା ବଢେଟେ ପରିବର୍ତ୍ତନ ଦେଖିପାରିଛେ । ହେଲେ ଇହାଦେ ଭିଲ୍ ଇତାର୍ ବିକାଶ୍ ଲାଗି ଅନେକ୍ କାମ୍ ବାକି ଅଛେ । ଆର୍ ସରକାରୀ ସ୍ତର ମୁଁ ଇ ଜିଲ୍ଲାର ବିକାଶ୍ ଲାଗି ପଏସାର୍ ଅଭାବ୍ ନାଇଁ ରହେ ବଲି ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀ କେ ବଢେଟେ ଉସାସ୍ କରିଛନ୍ତି ।

Comments are closed.