ପିପିଲି ଉପନିର୍ବାଚନ ପାଇଁ ଦଳୀୟ ନେତା ଓ ମନ୍ତ୍ରୀଙ୍କୁ ଦାୟିତ୍ୱ ପ୍ରଦାନ କଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର- ପିପିଲି ଉପନିର୍ବାଚନ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ନେତା ଓ ମନ୍ତ୍ରୀଙ୍କୁ ବିଭିନ୍ନ ଅଂଚଳର ଦାୟିତ୍ୱ ପ୍ରଦାନ କରିଛନ୍ତି । ପିପିଲ ବ୍ଲକ ପାଇଁ ସମୀର ରଂଜନ ଦାଶ ଓ ଅତନୁ ସବ୍ୟସାଚୀଙ୍କୁ ଦାୟିତ୍ୱ ଦିଆଯାଇଛି । ଡେଲାଙ୍ଗ ବ୍ଲକ୍ ପାଇଁ ନବକିଶୋର ଦାସ, ସୁଶାନ୍ତ ସିଂହ ଓ ବିଭୂତି ବଳବନ୍ତରାୟଙ୍କୁ ଦାୟିତ୍ୱ ଦିଆଯାଇଛି । ପିପିଲି ଏନଏସି ପାଇଁ ସୁଧୀର ସାମଲଙ୍କୁ ଦାୟିତ୍ୱ ଦିଆଯାଇଥିବା ବିଜେଡି ଗଣମାଧ୍ୟମ ସାଧାରଣ ସଂପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।

Comments are closed.