ଫ୍ରାନ୍ସରେ ପୁଣି ଲକଡାଉନ୍ ଘୋଷଣା କଲେ ରାଷ୍ଟ୍ରପତି ମାକ୍ରୋନ୍

ପ୍ୟାରିସ – ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଶନିବାର ଠାରୁ ଦେଶବ୍ୟାପୀ ଚାରି ସପ୍ତାହ ଲକଡାଉନ୍ ଘୋଷଣା କରିଛନ୍ତି। ଦେଶରେ ତୃତୀୟ ଥର ପାଇଁ ଲକଡାଉନ୍ ଘୋଷଣା କରାଯାଇଛି ।

ଟେଲିଭିଜନରେ ପ୍ରସାରିତ ଏକ ବାର୍ତ୍ତାରେ ସେ କହିଛନ୍ତି ଯେ ଏହି ସମୟ ମଧ୍ୟରେ କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ଦିଆଯିବ ଏବଂ ଲୋକଙ୍କୁ ଅଫିସ୍ ବଦଳରେ ଘରୁ କାମ କରିବାକୁ ପଡିବ।

ସାଧାରଣ ସଭାକୁ ସମ୍ପୂର୍ଣ୍ଣ ନିଷେଧ କରାଯିବ ବୋଲି ସେ କହିଛନ୍ତି। ଉପଯୁକ୍ତ କାରଣ ବିନା ଘରୁ ୧୦ କିଲୋମିଟରରୁ ଅଧିକ ଦୂରକୁ ଯିବା ନିଷେଧ କରାଯାଇଛି ।

ଆସନ୍ତା ସପ୍ତାହରୁ ତିନି ସପ୍ତାହ ପାଇଁ ସ୍କୁଲ ମଧ୍ୟ ବନ୍ଦ ରହିବ ।

ସେ କହିଛନ୍ତି ଯେ ଏହି ଶୁକ୍ରବାର ଦିନ ଲୋକମାନେ ଲକଡାଉନ୍ ସମୟରେ ରହିବାକୁ ଚାହୁଁଥିବା ସ୍ଥାନକୁ ଯିବାକୁ ଅନୁମତି ପାଇବେ।
ମାକ୍ରୋନ୍ କହିଛନ୍ତି ଯେ ଦେଶରେ କରୋନା ସଂକ୍ରମଣ ମାମଲା ବଢୁଛି, କିନ୍ତୁ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ନୁହେଁ, ତେଣୁ ଲୋକଙ୍କୁ ଭୟ କରିବାର କୌଣସି କାରଣ ନାହିଁ ।

ରାଷ୍ଟ୍ରପତି କହିଛନ୍ତି ଯେ କରୋନା ଟୀକାକରଣ ଏବଂ ଭାଇରସ ବିଶେଷକରି ବ୍ରିଟିଶ ଭାଇରସ ମଧ୍ୟରେ ଏକ ଦୌଡ ପ୍ରତିଯୋଗିତା ଚାଲିଛି ।
ସେ କହିଛନ୍ତି ଯେ ଯଦି ସରକାର ଏବେ କିଛି ନ କରନ୍ତି ତେବେ ଏହାକୁ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ହୋଇପାରେ।

ଏପ୍ରିଲ୍ ଶେଷ ସୁଦ୍ଧା ଏହି ମହାମାରୀ ରୋକିବା ପାଇଁ ଅଧିକ ଚେଷ୍ଟା କରିବାକୁ ମାକ୍ରୋନ୍ ଲୋକମାନଙ୍କୁ ନିବେଦନ କରିଛନ୍ତି ।

ସେ କହିଛନ୍ତି ଯେ ଏହି ସମୟ ମଧ୍ୟରେ ସରକାର ଟୀକାକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ଏବଂ ଗ୍ରୀଷ୍ମ ଶେଷ ସୁଦ୍ଧା ସରକାର ୧୮ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ କରୋନା ଟିକା ଦେବେ।
ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ଡ୍ୟାସବୋର୍ଡ ଅନୁଯାୟୀ ଫ୍ରାନ୍ସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪୬.୪୬ ଲକ୍ଷରେ ପହଞ୍ଚିଥିବାବେଳେ ଏପର୍ଯ୍ୟନ୍ତ କୋରାନା ଜୀବାଣୁ ଯୋଗୁଁ ୯୫,୫୦୨ ଜଣଙ୍କର ମୃତ୍ୟୁ ଘଟିଛି।

ବର୍ତ୍ତମାନ କୋରାନା କାରଣରୁ ଆଇସିୟୁରେ ୫,୦୦୦ ହଜାର ଲୋକ ଭର୍ତ୍ତି ହୋଇଛନ୍ତି।

Comments are closed.