ଭୁବନେଶ୍ୱରରେ ମାର୍ଚ୍ଚମାସର ସାଇବର ଅପରାଧର ରିପୋର୍ଟ ଜାରି, ୮୫ ଲକ୍ଷ ଟଙ୍କାର ସାଇବର ଠକେଇ

ଭୁବନେଶ୍ୱର- ରାଜଧାନୀରେ ଗତ ମାସରେ ୮୫ ଲକ୍ଷ ଟଙ୍କାର ସାଇବର ଠକେଇ ହୋଇଛି । କମିଶନରେଟ ପୋଲିସ ପକ୍ଷରୁ ଏହା ପ୍ରକାଶ କରାଯାଇଛି । ଆକାଉଣ୍ଟ ବ୍ଲକ୍ କରି ପୋଲିସ ଅଢେଇ ଲକ୍ଷ ଟଙ୍କା ଫେରାଇଛି । ୬୨୯ଟି କଲ୍ ମଧ୍ୟରୁ କେବଳ ଭୁବନେଶ୍ୱରରେ ଠକେଇ ସଂଖ୍ୟା ୩୧୦ ବୋଲି କମିଶନରେଟ ପୋଲିସର ମାର୍ଚ୍ଚମାସର ସାଇବର ଅପରାଧ ରେକର୍ଡରୁ ଜଣାପଡିଛି । ୧୭୦ ଜଣ ୟୁପିଆଇ ଠକେଇର ଶୀକାର ହୋଇଛନ୍ତି । ୮୦ ଜଣ କ୍ରେଡିଟ ଓ ଡେବିଟ କାର୍ଡ ଠକେଇର ଶୀକାର ହୋଇଛନ୍ତି । ଅନ୍ୟାନ୍ୟ ସାଇବର ଅପରାଧ ସଂଖ୍ୟା ୩୭୯ ବୋଲି ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

Comments are closed.